ମହାଶିବରାତ୍ରୀ : ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ମହାଶିବରାତ୍ରୀ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୧ ତାରିଖରେ ପଡ଼ୁଥିବା ମହାଶିବରାତ୍ରୀ ପାଇଁ ନୀତିନିଘଣ୍ଟ ଚୂଡ଼ାନ୍ତ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ବସିଥିବା ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଭକ୍ତମାନେ ମନ୍ଦିର ଭିତରେ କୋଭିଡ୍ କଟକଣା ମଧ୍ୟରେ ଦୀପ ଜାଳିପାରିବେ। ତେବେ ଗର୍ଭଗୃହ ଭିତରକୁ ଅନୁମତି ଦିଆଯିବନାହିଁ। କୋଭିଡ୍ କଟକଣା ଦୃଷ୍ଟିରୁ ଭୀଡ଼ କମ କରିବା ଉପରେ ଗୁରୁତ୍ବ ଦିଆଯିବ। ଶିବରାତ୍ରୀ ଦିନ ଭୋର ୩ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ। ସକାଳ ୫ଟା ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଓ ୫ଟା ପରେ ସର୍ବସାଧାରଣ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

Share Now:

Kalinga News Beuro

Next Post

ଆର୍ଥିକ କଟକଣା ଲଗାଇବାରୁ ଆମେରିକା ଉପରେ ରାଗିଗଲା ଋଷ

Wed Feb 23 , 2022
ଉଚିତ୍ ଜବାବ ଦେବାକୁ ଧମକ ଦେଲା ବୈଦେଶିକ ମନ୍ତ୍ରାଳୟ ନୂଆଦିଲ୍ଲୀ: ୟୁକ୍ରେନର ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳକୁ ଏକ ସ୍ବାଧୀନ ଦେଶ ଭାବରେ ସ୍ୱୀକୃତି ଦେବା ସହ ସେଠାକୁ ସୈନ୍ୟ ପଠାଇବା ନେଇ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଘୋଷଣା କରିଥିଲେ। ଏବେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ଋଷ ସେନା ଡୋନେସ୍କ ଏବଂ ଲୁଗାନସ୍କ ଆଡକୁ ଯାଉଥିବା ବେଳେ ଏହାକୁ ବିରୋଧ କରି ଆମେରିକା ଆର୍ଥିକ କଟକଣା […]
ଆମେରିକା ଉପରେ ରାଗିଗଲା ଋଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial