ଏଟିଏମ୍‌ରେ ଟଙ୍କା ଅଭାବ: ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ଗତ କିଛି ଦିନ ହେବ ଦେଶର ଏଟିଏମଗୁଡ଼ିକରେ ଅର୍ଥ ଅଭାବ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିଜେଡି ପ୍ରବଳ ମାତ୍ରାରେ ଗର୍ଜିଛି। ଏ ନେଇ ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି। ଭୁବନେଶ୍ୱର ଆରବିଆଇ ସାମନାରେ ବିଜେଡି ଧାରଣା ଦେବ। ଶାନ୍ତିପୂର୍ଣ୍ଣ ଭାବେ ଦିନ ୧୦ରୁ ଦିନ ୧୨ଟା ଯାଏଁ ୨ ଘଣ୍ଟିଆ ପ୍ରତିବାଦ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ କୁହାଯାଇଛି ।
ଓଡିଶାରେ ମଧ୍ୟ ଏଟିଏମଗୁଡ଼ିକରେ ଟଙ୍କା ନାହିଁ। ସାରା ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବିଜେଡି କହିଛି। ବିମୁଦ୍ରାକରଣ ପରେ ଆଉ ଏକ ବୋଝ ଲୋକଙ୍କ ଉପରେ ଲଦି ଦିଆଯାଇଛି। ଗତ ୧୫ ଦିନ ହେବ ଏଟିଏମରୁ ଟଙ୍କା ବାହାରୁନି। ଫଳରେ ଦେଶରେ ଆର୍ଥିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ନୀତି ଯୋଗୁଁ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ବିଜେଡି ଅଭିଯୋଗ କରିଛି।
ସୂଚନାଯୋଗ୍ୟ ସାରା ଦେଶରେ ଏଟିଏମଗୁଡିକରେ ଟଙ୍କା ନ ଥିବାରୁ ଗ୍ରାହକ ହଇରାଣ ହେଉଛନ୍ତି। ସରକାର ଓ ରିଜର୍ଭ ବ୍ୟାଙ୍କ ଏ ବାବଦରେ ଯେତେ ସଫେଇ ଦେଲେ ବି ପରିସ୍ଥିତିରେ ସେଭଳି କୌଣସି ସୁଧାର ଆସୁନାହିଁ। ଲୋକଙ୍କୁ ଏବେ ବି ଲମ୍ବା ଧାଡିରେ ଏଟିଏମ ଆଗରେ ଛିଡା ହେବାକୁ ପଡୁଛି। ଲୋକେ ଲମ୍ବା ଲାଇନରେ ଛିଡା ହଛଛନ୍ତି। ଟଙ୍କା ପାଇଁ ଲୋକେ ହଇରାଣ ହେଉଛନ୍ତି। ଯେଉଁଠି ଏଟିଏମ ଖୋଲିଛି ସେଠାରେ ଦେଖିବାକୁ ମିଳିଛି ଲମ୍ବା ଧାଡି। ଖରାରେ ଟଙ୍କା ପାଇଁ ଡହଳବିକଳ ହେଉଛନ୍ତି ଲୋକେ।

Share Now:

Kalinga News Beuro

Leave a Reply

Next Post

ଜୁଲାଇରେ ଉଦ୍‌ଘାଟନ ହେବ ନୂଆ ନ’ତାଲା, ୧୫ ବିଭାଗ କହୁଛନ୍ତି ଆମକୁ ଦିଅ

Fri Apr 20 , 2018
ଭୁବନେଶ୍ୱର: ନିର୍ମାଣ ସୌଧ ସମ୍ମୁଖରେ ନିର୍ମାଣ ହେଉଥିବା ନୂଆ ନ’ତାଲା ବିଲ୍‌ଡିଂକୁ ଆସିବା ପାଇଁ ଏବେ ବିଭିନ୍ନ ବିଭାଗ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପୁରୁଣା ୯ତାଲାରେ ପ୍ରାୟ ୧୨ଟି ବିଭାଗର ବିଭାଗୀୟ ମୁଖ୍ୟ ଦପ୍ତର କାର୍ଯ୍ୟ କରୁଥିବାବେଳେ ସଚିବାଳୟ ଏବଂ ରାଜଧାନୀର ବିଭିନ୍ନ ସ୍ଥାନରେ ୨୭ଟି ବିଭାଗ କାର୍ଯ୍ୟ କରୁଛି। ଏଥିରୁ ପ୍ରାୟ ୧୫ଟି ବିଭାଗ ଏବେ ନୂଆ ନ’ତାଲାକୁ ଆସିବାକୁ ଅଣ୍ଟା ଭିଡ଼ିଲେଣି। ପୁରୁଣା ନ’ତାଲାରେ ଅଫିସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial