ଭାରତ ପ୍ରତି ଶ୍ରୀଲଙ୍କାର ଆଉ ଏକ ବିଶ୍ବାସଘାତକତା : ଯୁଦ୍ଧାଭ୍ୟାସ ପାଇଁ କଲମ୍ବୋ ପହଞ୍ଚିଲା ପାକିସ୍ତାନର ଯୁଦ୍ଧଜାହାଜ

ଶ୍ରୀଲଙ୍କାର ଆଉ ଏକ ବିଶ୍ବାସଘାତକତା

କଲମ୍ବୋ : ନିଜର ବିପଦ ସମୟରେ ଭାରତଠାରୁ ସବୁ ପ୍ରକାରର ସହାୟତା ପାଇ ମଧ୍ୟ ଶ୍ରୀଲଙ୍କା ଭାରତର ଶତ୍ରୁ ମାନଙ୍କ ସହ ହାତ ମିଳାଇବାକୁ ପଛଘୁଞ୍ଚା ଦେଉନାହିଁ। ପ୍ରଥମେ ଚୀନର ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେବା ପରେ ଶ୍ରୀଲଙ୍କାର ଆଉ ଏକ କାର୍ଯ୍ୟ ଭାରତକୁ ଅସନ୍ତୁଷ୍ଟ କରିବାକୁ ଯାଉଛି। ଶ୍ରୀଲଙ୍କାର ନୌସେନା ସହ ସମରାଭ୍ୟାସ କରିବ ପାକିସ୍ତାନର ନୌସେନା। ଏଥିପାଇଁ ପାକିସ୍ତାନର ଏକ ଯୁଦ୍ଧ ଜାହାଜ ପିଏନଏସ ତୈମୁର ଶ୍ରୀଲଙ୍କାରେ ପହଞ୍ଚିଛି। ଭାରତ ଉପରେ ଆକ୍ରମଣ କରି ଦିଲ୍ଲୀରେ ବ୍ୟାପକ ରକ୍ତପାତ କରିଥିବା ତୈମୁରଲଙ୍ଗ ନାଁରେ ଏହି ଯୁଦ୍ଧଜାହାଜକୁ ନାମିତ କରିଛି ପାକିସ୍ତାନ। ଗତ ଜୁନ ମାସରେ ଚୀନ ଏହି ଫ୍ରିଗେଟ୍ ଜାହାଜକୁ ପାକିସ୍ତାନକୁ ପ୍ରଦାନ କରିଥିଲା। କ୍ୟାପଟେନ ଏମ ୟାସିର ତାହିରଙ୍କ ନେତୃତ୍ବରେ ଆସିଥିବା ଏହି ଜାହାଜରେ ପ୍ରାୟ ୧୬୯ ଜଣ ପାକିସ୍ତାନ ନୌସେନା କର୍ମଚାରୀ ରହିଛନ୍ତି। ଏହି ଯୁଦ୍ଧଜାହାଜରେ ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ସେନସର ତଥା ରାଡାର ଲାଗିଛି।
ଏହି ଯୁଦ୍ଧ ଜାହାଜ ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବ। ଏହି ତନିଦିନରେ ଦୁଇ ଦେଶର ନୌସେନା ବିଭିନ୍ନ ପ୍ରକାରର ସମରାଭ୍ୟାସ କରିବେ। ଏହି ଯୁଦ୍ଧ ଜାହାଜ ଅଗଷ୍ଟ ୧୫ରେ ଶ୍ରୀଲଙ୍କାରୁ ବିଦାୟ ନେବାର ପର ଦିନ ଚୀନର ଗୁପ୍ତଚର ଜାହାଜ ଉଆନ ଉଆଙ୍ଗ-୫କୁ ହାମ୍ବନଟୋଟା ବନ୍ଦରରେ ପ୍ରବେଶ କରିବ। ଏଥିପାଇଁ ଅନୁମତି ଦେଇଛନ୍ତି ଶ୍ରୀଲଙ୍କା ସରକାର। ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବ।

Share Now:

Kalinga News Beuro

Next Post

ବିମାନ ବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ

Sat Aug 13 , 2022
ଚେନ୍ନାଇ: ବିମାନ ଅବତରଣ ପରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ। ଚେନ୍ନାଇ ବିମାନବନ୍ଦରରେ ଏଭଳି ଅଜବ ଘଟଣା ଘଟିଛି। ଥାଇଲାଣ୍ଡରୁ ଚେନ୍ନାଇରେ ଆସି ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ବ୍ୟଗରୁ ଏସବୁ ଜିନିଷ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବ୍ୟାଗ ଭିତରେ ଗୋଟିଏ ମାଙ୍କଡ଼, ୧୫ଟି ସାପ, ୫ଟି ଅଜଗର ସାପ ଓ ୨ଟି କଇଁଛ ଥିଲା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଗଷ୍ଟ […]
ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼ ୧୫ଟି ସାପ ଓ ୨ଟି କଇଁଛ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial