ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲେ ଭାରତୀୟ ସେନା

ଡ୍ରୋନକୁ ଗୁଳି କରି ଖସାଇଲେ ଭାରତୀୟ ସେନା

ନୂଆଦିଲ୍ଲୀ: ପାକିସ୍ତାନର ଡ୍ରୋନ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା। ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନର ଏକ ଡ୍ରୋନକୁ ତଳକୁ ଖସାଇଛି ସେନା। ଡ୍ରୋନରେ ୭ଟି ୟୁଜିବିଏଲ ଗ୍ରେନେଡ ଓ ୭ଟି ବୋମା ଥିଲା ବୋଲି କୁହାଯାଇଛି। ଏହି ଡ୍ରୋନଟି ଭାରତୀୟ ସୀମା ଆଡକୁ ମାଡ଼ିଆସୁଥିବା ବେଳେ ତାକୁ ଭାରତୀୟ ସେନା ଗୁଳି କରି ଖସାଇଥିଲା। ଆଗକୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣର ଏଭଳି ଯୋଜନା କରୁଛନ୍ତି। ପୂର୍ବରୁ ଗୁଇନ୍ଦା ବିଭାଗ ଭାରତୀୟ ସେନା ଓ ପୁଲିସକୁ ଏନେଇ ସୂଚାଇଥିବା ବେଳେ ଏବେ ସୀମାରେ ଏବଂ ଅମରନାଥ ଯାତ୍ରାର ପ୍ରସ୍ତୁତି ଉପରେ କଡ଼ା ନଜର ରଖାଯାଉଛି। ଡ୍ରୋନକୁ ତଳକୁ ଖସାଯିବା ସହ ସେଥିରୁ ସାତୋଟି ୟୁଜିବିଏଲ ଗ୍ରେନେଡ ଏବଂ ସାତୋଟି ଚୁମ୍ବକୀୟ ବୋମା ଉଦ୍ଧାର କରାଯାଇଛି। ଅମରନାଥ ଯାତ୍ରୀଙ୍କୁ ଟା‌ର୍ଗେଟ କରିବା ପାଇଁ ଏହି ସବୁ ବିସ୍ଫୋରକ ସାମଗ୍ରୀ ଭାରତ ସୀମାକୁ ଆସୁଥାଇପାରେ ବୋଲି କଠୁଆର ଏସଏସପି କହିଛନ୍ତି। ଏହି ଅଞ୍ଚଳରେ ଡ୍ରୋନ ଚଳାଚଳ ଅଧିକ ହେବାରୁ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି। ପ୍ରତିଦିନ ପୁଲିସ ସେହି ଅଞ୍ଚଳକୁ ଯାଞ୍ଚ ପାଇଁ ଯାଉଥିବା ବେଳେ ଆଜି ଏକ ଡ୍ରୋନକୁ ଠାବ କରି ତଳକୁ ଖସାଇଥିବା କହିଛନ୍ତି କଠୁଆର ଏସଏସପି। ୪୩ ଦିନିଆ ଅମରନାଥ ଯାତ୍ରା ଜୁନ୍ ୩୦ ରୁ ଦୁଇଟି ମାର୍ଗରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଏବେ ଏହି ଦୁଇଟି ମାର୍ଗର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି।

Share Now:

Kalinga News Beuro

Next Post

୪୨.୨ ଡିଗ୍ରିରେ ସିଝିଲା ବଲାଙ୍ଗୀର : ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

Sun May 29 , 2022
ଭୁବନେଶ୍ବର: ମେ’ ମାସ ୨ ଦିନ ପରେ ଶେଷ ହେବ। ତଥାପି ସୂର୍ଯ୍ୟ ଦେବତା ନିଜର ରୁଦ୍ର ରୂପରେ ପରିବର୍ତ୍ତନ ହୋଇନାହାନ୍ତି। ମୌସୁମି ଆସି ନ ଥିବାରୁ ଅର୍ଥାତ କାଳବୈଶାଖୀ ପ୍ରଭାବରେ ବର୍ଷାର ଅଭାବରୁ ତାପପାତ୍ରା ହ୍ରାସ ପାଇ ପାରି ନାହିଁ। ଆଜି ବଲାଙ୍ଗୀରରେ ସର୍ବାଧିକ ୪୨.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ […]
ବଲାଙ୍ଗୀର ଉତ୍ତପ୍ତ ସହର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial