୪୨.୨ ଡିଗ୍ରିରେ ସିଝିଲା ବଲାଙ୍ଗୀର : ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ବଲାଙ୍ଗୀର ଉତ୍ତପ୍ତ ସହର

ଭୁବନେଶ୍ବର: ମେ’ ମାସ ୨ ଦିନ ପରେ ଶେଷ ହେବ। ତଥାପି ସୂର୍ଯ୍ୟ ଦେବତା ନିଜର ରୁଦ୍ର ରୂପରେ ପରିବର୍ତ୍ତନ ହୋଇନାହାନ୍ତି। ମୌସୁମି ଆସି ନ ଥିବାରୁ ଅର୍ଥାତ କାଳବୈଶାଖୀ ପ୍ରଭାବରେ ବର୍ଷାର ଅଭାବରୁ ତାପପାତ୍ରା ହ୍ରାସ ପାଇ ପାରି ନାହିଁ। ଆଜି ବଲାଙ୍ଗୀରରେ ସର୍ବାଧିକ ୪୨.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୨ ସହରର ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଏହା ଠାରୁ ଅଧିକ ରେକର୍ଡ କରାଯାଇଛି। ପାଣିପଗ ବିଭାଗ କୁହାଯାଇଛି ଯେ, ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଉପକୂଳର ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ରାଜ୍ୟର ପଶ୍ଚିମ ଭାଗରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟାଣ ଖରା ହେଉଥିବାରୁ ରାସ୍ତାଘାଟ ଜନଶୂନ୍ୟ ଦେଖାଯାଉଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ଯାଉନାହାନ୍ତି।

Share Now:

Kalinga News Beuro

Next Post

ଜୁନ ୩ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ କନ୍ଧମାଳର ୭୩ ସ୍ମାର୍ଟ ସ୍କୁଲ୍‌

Sun May 29 , 2022
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ୭୩ଟି ହାଇସ୍କୁଲର ଉନ୍ନତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ଯ୍ୟାୟରେ ଚକାପାଦ ବ୍ଲକର ୭ଟି ହାଇସ୍କୁଲ ସ୍କୁଲ ରୂପାନ୍ତରଣ ହେଉଛି। ଏହି ୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି, ବାଥ୍‌ରୁମ୍‌, ଗେଟ୍‌ ଓ ରଙ୍ଗ କାର୍ଯ୍ୟ ଶେଷ ହୋଇଥିବା ନେଇ ଚକାପାଦ ବିଡିଓ ଅନୀଲ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖ ଦିନ ଶଙ୍କରାଖୋଲ ହାଇସ୍କୁଲ ଠାରେ […]
କନ୍ଧମାଳର ୭୩ ସ୍ମାର୍ଟ ସ୍କୁଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial