କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି : ୪% ବଢ଼ିଲା ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ଆଗକୁ ଦୁର୍ଗା ପୂଜା ଥିବା ବେଳେ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ଯଥାକ୍ରମେ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ ୪% ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ଲାଭ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜୁନ ୨୦୨୨ରେ ଶେଷ ହେଉଥିବା ଅବଧିରେ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ୧୨ ମାସିଆ ହାରାହାରି ବୃଦ୍ଧି ପ୍ରତିଶତକୁ ଆଧାର କରି ଡିଏ ଏବଂ ଡିଆରରେ ଏହି ବୃଦ୍ଧି କରାଯାଇଛି। ଜୁଲାଇ ୧, ୨୦୨୨ଠାରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଯଥାକ୍ରମେ ଅଧିକ ପରିମାଣର ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ପାଇବା ଲାଗି ହକଦାର ହେବେ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୬,୫୯୧ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ଏଥିପାଇଁ ସରକାର ୪,୩୯୪ କୋଟି ଟଙ୍କା ରାଜକୋଷରୁ ବ୍ୟୟ କରିବେ।
ଅନ୍ୟପକ୍ଷରେ ପେନସନଭୋଗୀଙ୍କ ମହଙ୍ଗା ସହାୟତା ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୬ହଜାର ୨୬୧ କୋଟି ୨୦ ଲକ୍ଷ ଟଙ୍କା ବୋଝ ପଡ଼ିବ ବୋଲି ଅନୁମାନ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ସରକାର ଏଥିପାଇଁ ରାଜକୋଷରୁ ୪,୧୭୪.୧୨ କୋଟି ଟଙ୍କା ବ୍ୟୟ କରିବେ। ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାକୁ ମିଶାଇଲେ ସରକାରଙ୍କୁ ପ୍ରତିବର୍ଷ ରାଜକୋଷରୁ ୧୨,୮୫୨.୫୬ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ଏଥିପାଇଁ ରାଜକୋଷ ଉପରେ ୮ହଜାର ୫୬୮.୩୬ କୋଟି ଟଙ୍କାର ବ୍ୟୟଭାର ପଡ଼ିବ।

Share Now:

Kalinga News Beuro

Next Post

ଭାରତର ନୂଆ ସିଡିଏସ୍ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ

Wed Sep 28 , 2022
ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତ କରାଯାଇଛି। ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ। ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି। ସିଡିଏସ ପଦଭାର ସହ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାରୀ ବ୍ୟାପାର ବିଭାଗର ସଚିବ […]
ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial