ଗୌହାଟୀ: ଦୁଇ ଦିନିଆ ପୂର୍ବୋତ୍ତର ରାଜ୍ୟ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଙ୍କ ସହ ଗୌହାଟିସ୍ଥିତ କାମାକ୍ଷା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। କାମାକ୍ଷା ମନ୍ଦିର ଦର୍ଶନ ସମୟର କେତୋଟି ଫଟୋ ମଧ୍ୟ ଅମିତ ଶାହ ଟୁଇଟ୍ରେ ପୋଷ୍ଟ୍ କରି ଲେଖିଛନ୍ତି, ଆମ ନାଗରିକମାନଙ୍କ ମଙ୍ଗଳ ଓ ସମୃଦ୍ଧି କାମନା କରି ପ୍ରାର୍ଥନା କରିବା ସହ ମାତା କାମାକ୍ଷା ଦେବୀଙ୍କ ଆଶୀର୍ବାଦ ଗ୍ରହଣ କରିଛି। ଆଜି ଇମ୍ଫାଲ୍ରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚୁରାଚନ୍ଦପୁର ମେଡିକାଲ୍ କଲେଜ୍, ଇମ୍ଫାଲ୍ରେ ରାଜ୍ୟ ସରକାରଙ୍କ ଅତିଥିଗୃହ, ନୂଆଦିଲ୍ଲୀର ଦ୍ୱାରକାରେ ମଣିପୁର ଭବନ, ମୁଓଙ୍ଗଖୋଙ୍ଗ୍ରେ ଆଇଆଇଟି, ଇମ୍ଫାଲ୍ରେ ରାଜ୍ୟ ପୁଲିସ ମୁଖ୍ୟାଳୟ ଏବଂ ‘ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର୍ ସିଟି’ର ଶିଳାନ୍ୟାସ କରିବେ।
ଗୌହାଟୀର କାମାକ୍ଷା ମନ୍ଦିରରେ ଅମିତ ଶାହଙ୍କ ପୂଜାର୍ଚ୍ଚନା

Share Now: