ପୃଥିବୀପୃଷ୍ଠକୁ ମାଡ଼ି ଆସୁଛି ସୌରଝଡ଼

ପୃଥିବୀପୃଷ୍ଠକୁ ମାଡ଼ି ଆସୁଛି ସୌରଝଡ଼

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଖାଇବ ପ୍ରଭାବ!

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଏକ ସୌରଝଡ଼ ମାଡ଼ି ଆସୁଥିବା ନେଇ ଗଲା କିଛି ଦିନ ହେଲାଣି ଚର୍ଚ୍ଚା ଚାଲିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିବା ଆକଳନ କରାଯାଉଛି। ଏହା ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେସନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ଟିଭି ପ୍ରଭାବିତ ହେବା ସହ ବିଦ୍ୟୁତ୍ ସରବରାହ କିଛି ସମୟ ପାଇଁ ପ୍ରଭାବିତ ହୋଇପାରେ। ନାସାର ଆକଳନ ଅନୁଯାୟୀ, ସୌର ଝଡ଼ ଘଣ୍ଟାପ୍ରତି ୧୬ ଲକ୍ଷ କିଲୋମିଟର ବେଗରେ ଆସୁଛି ଏବଂ ପୃଥିବୀ ନିକଟବର୍ତ୍ତୀ ହେଲା ବେଳକୁ ବେଗ ଆହୁରି ବଢ଼ିପାରେ। ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବା ପରେ ସାଟେଲାଇଟ୍ ସିଗନାଲ ପ୍ରଭାବିତ ହେବ। ତେବେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଏହି ସୌରଝଡ଼ ପ୍ରବେଶ କଲେ କ’ଣ ପ୍ରଭାବ ରହିବ ? ସେନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ। ତାଙ୍କ କହିବା ହେଲା ସୌରମଣ୍ଡଳରେ ବାରମ୍ବାର ବିସ୍ଫୋରଣମାନ ହୋଇଥାଏ। ବେଳେବେଳେ ଏହି ବିସ୍ଫୋରଣ ବଡ଼ ହୋଇଥିଲେ ଏହା ଦ୍ରୁତ ବେଗରେ ପୃଥିବୀ ପୃଷ୍ଠକୁ ମାଡ଼ି ଆସେ। ଏଥିରେ ଥିବା ନ୍ୟୁଟନ ଓ ପ୍ରୋଟନ ପରି ସୌରକଣିକା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ହେଲେ ଏହାର ସାମାନ୍ୟ ପ୍ରଭାବ ରହିବ। ଚୁମ୍ବକୀୟ ଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ବିଦ୍ୟୁତ ଉତ୍ପାଦନ କିମ୍ବା ଟେଲିଫୋନ ସେବା ଏହାଦ୍ୱାରା ସାମାନ୍ୟ ପ୍ରଭାବିତ ହୋଇପାରେ। କିନ୍ତୁ ସେଭଳି କୌଣସି ବଡ଼ଧରଣର ଆଶଙ୍କା ନାହିଁ। ମଣିଷ କିମ୍ବା ଜୀବଜନ୍ତୁଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ ନାହିଁ। ତେଣୁ ଏଥିପାଇଁ ଲୋକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ।

Share Now:

Kalinga News Beuro

Next Post

ପୁଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ : ଦୁଇ ଜଣ ଗିରଫ

Wed Jul 14 , 2021
୫୫୦ ଗ୍ରାମର ଧଳାଜହର ସହ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ଭୁବନେଶ୍ବର: ପୁଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମର ଧଳାଜହର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା। ସବୁଠୁ ବଡ କଥା ହେଲା, ବ୍ରାଉନ ସୁଗାର ଜବତ ସହ ପାଖାପାଖି ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ କମିସନରେଟ ପୁଲିସ […]
ଧଳାଜହର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial