ନନ୍ଦନବିହାର ଡ଼ମ୍ପିଂୟାର୍ଡ଼ରେ ଭୟାବହ ଅଗ୍ନିକାଣ୍ଡ

ଚନ୍ଦ୍ରଶେଖରପୁର: ଆଜି ରାତି ପ୍ରାୟ ୮ଟା ବେଳେ ନନ୍ଦନବିହାର ଡ଼ମ୍ପିଂୟାର୍ଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟି ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସୂଚନାପାଇ ଚନ୍ଦ୍ରଶେଖରପୁର ଓ ଶୈଳଶ୍ରୀବିହାର ସ୍ଥିତ ଦମକଳ କାର୍ଯ୍ୟାଳୟରୁରୁ ଦୁଇଟି ଦମକଳ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣିଢ଼ାଳି ନିଆଁକୁ ଆୟତ କରିଛନ୍ତି। ତେବେ ପାଖପାଖି ୨ ଘଣ୍ଟାଧରି ଅଳିଆଗଦାରେ ନିଆଁ ଲାଗିବାରୁ ପ୍ରବଳ ଧୂଆଁ ସ୍ଥାନୀୟ ଲୋକଙ୍କୁ ଅତିଷ୍ଟ କରିଥିଲା। ଆଖପାଖର ଲୋକମାନେ ଘର ଝରକା କବାଟ ‌ବନ୍ଦକରି ଦେଇଥିଲେ। କିନ୍ତୁ ତା’ପରେ ମଧ୍ୟ କଷ୍ଟ ହେବାରୁ ଲୋକେ ଘରଦ୍ୱାର ଛାଡ଼ି ପାଖଆଖର ଖୋଲା ପଡ଼ିଆକୁ ପଳାଇଥିଲେ। ଅଗ୍ନିଶମ ଯବାନମାନେ ଅଳିଆଗଦାର ବିଭିନ୍ନ ସ୍ଥାନରେ ପାଣି ଢ଼ାଳିବା ପରେ ନିଆଁ ଆୟତ ହୋଇଥିଲା।
ସୂଚନା ଥାଉକି, ଉକ୍ତ ଅଳିଆ ଗଦାରେ କେହି ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ଲୋକେ କହୁଛନ୍ତି। ସ୍ଥାନୀୟଲୋକ ଉକ୍ତ ସ୍ଥାନରୁ ଡ଼ମ୍ପିଂୟାର୍ଡ଼ ସ୍ଥାନାନ୍ତର କରିବାପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏଭଳି ଅଗ୍ନିକାଣ୍ଡ ସ୍ଥିତି ପ୍ରତି ବର୍ଷ ଖରାଦିନରେ ଘଟୁଛି। ଅନ୍ୟପକ୍ଷରେ କୁଢ଼କୁଢ଼ ଅଳିଆ କଲୋନି ନିକଟସ୍ଥ ଏହି ନନ୍ଦନବିହାର ଡ଼ମ୍ପିଂୟାର୍ଡ଼ରେ ପଡ଼ିବାରୁ ଆଖପାଖ ‌ଅଞ୍ଚଳ ଦୁଗନ୍ଧରେ ଫାଟିପଡ଼ୁଥିବା ସ୍ଥନୀୟଲୋକ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଲାଗି ରହିବ ବର୍ଷା : ମାର୍ଚ୍ଚ ୨୨ରୁ ବଢ଼ିପାରେ ତାପମାତ୍ରା

Tue Mar 19 , 2024
ଭୁବନେଶ୍ୱର: ନିମ୍ନଚାପ ଓ ଗୁରୁଚାପବଳୟ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଉଛି। ଗତକାଲି ଠାରୁ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଅଂଚଳରେ ବର୍ଷା ଲାଗି ରହିଛି। ବିଳମ୍ବିତ ରାତିରେ ଭଦ୍ରକ, କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ, ଢେଙ୍କାନାଳ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial