ନବଯୌବନ ଦର୍ଶନ ବେଳେ ବ୍ଲାକରେ ପାରମାଣିକ ଟିକେଟ ବିକ୍ରି ହେଉଥିବା ଅଭିଯୋଗ

ବ୍ଲାକରେ ପାରମାଣିକ ଟିକେଟ ବିକ୍ରି

ପୁରୀ: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥି ପାଇଁ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି। ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଉତ୍କଣ୍ଠା ରହିଛି। ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ କରୁଛନ୍ତି ଭକ୍ତ। ଏହାରି ଭିତରେ ବ୍ଲାକରେ ପାରମାଣିକ ଟିକେଟ ବିକ୍ରି ହେଉଥିବା ଅଭିଯୋଗ ଆସିଛି। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ବାହାରେ ଗୁମାସ୍ତାମାନେ ଟିକେଟ ବ୍ଲାକ କରୁଥିବା ପରି ସାଂଘାତିକ ଅଭିଯୋଗ ଉଠିଛି। ଭକ୍ତମାନେ ପଇସା ଦେଇ ସୁବିଧାରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଗୁଆ କରୁଥିବା ଟିକେଟକୁ ପାରମାଣିକ ଟିକେଟ ବୋଲି କୁହାଯାଏ। ଏପରିକି ପୁଲିସ ଉପସ୍ଥିତିରେ ଟିକେଟ ବ୍ଲାକ କରାଯାଉଛି। ହେଲେ ଏନେଇ କୌଣସି ଅଭିଯୋଗ ହୋଇନାହିଁ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି।

Share Now:

Kalinga News Beuro

Next Post

୩୦ ମିନିଟ୍‌ ବର୍ଷାରେ ୪୦ ପ୍ରତିଶତ ଅଞ୍ଚଳ ଜଳବନ୍ଦି : ୨୨ଟି ଡ୍ରେନ୍‌ରେ ‌ଆରମ୍ଭ ହୋଇନି ସଫେଇ

Wed Jun 29 , 2022
କଟକ: ସହରରେ ଆଜି ମାତ୍ର ୩୦ ମିନିଟର ବର୍ଷାରେ ପଙ୍କୋଦ୍ଧାର କାମର ବାସ୍ତବ ସ୍ଥିତି ପଦାରେ ପଡି ଯାଇଛି। ମହାନଗର ନିଗମ ପକ୍ଷରୁ ସାହିବସ୍ତିର ଛୋଟ ନଳାରୁ ଏମ୍‌ଏସ୍‌ଡବ୍ଲୁସି ୧ ଓ ୨ ଡ୍ରେନ ପରି ବଡ ନାଳ ସଫା କରାଯାଇଥିବା ଦାବି କରାଯାଉ ଥିବା ବେଳେ ଅଧ ଘଣ୍ଟାଏ ବର୍ଷାରେ ସହରର ୪୦ ପ୍ରତିଶତରୁ ଅଧିକ ଅଞ୍ଚଳରେ ଜଳବନ୍ଦୀ‌ ସମସ୍ୟା ଦେଖାଯାଇଛି। ସହରରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିଲେ […]
୩୦ ମିନିଟ୍‌ ବର୍ଷାରେ ୪୦ ପ୍ରତିଶତ ଅଞ୍ଚଳ ଜଳବନ୍ଦି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial