ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ : ୪୪.୩ ଡିଗ୍ରିରେ ସିଝିଲେ ବୌଦ୍ଧବାସୀ

୪୪.୩ ଡିଗ୍ରିରେ ସିଝିଲେ ବୌଦ୍ଧବାସୀ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୩୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୩ ଡିଗ୍ରି ଉପରେ ୧୦ଟି ସହର ଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି‌ ରେକର୍ଡ ହୋଇଛି। ସେହିପରି ବାରିପଦାରେ ପାରା ୪୪.୨ ଡିଗ୍ରି ପହଞ୍ଚିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଝାରସୁଗୁଡ଼ାରେ ୪୩.୮, ଅନୁଗୁଳରେ ୪୩.୭, ଟିଟିଲାଗଡ଼ରେ ୪୩.୫, ବଲାଙ୍ଗୀର, ମାଲକାନଗିରି, ନୂଆପଡ଼ା, ଭବାନୀପାଟଣାରେ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ଚଳିତ ସପ୍ତାହରେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପ୍ରବଳ ଖରା ଆହୁରି ଦୁଇ ଦିନ ଜାରି ରହିବ। ମୁଣ୍ଡ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ଟାରୁ ଦିନ ୪ଟା ଭିତରେ ବାହାରକୁ ଯିବା ଅସମ୍ଭାଳ ହେଉଛି।‌ ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରୁ ନାହାନ୍ତି। ମଧ୍ୟାହ୍ଣ ସମୟରେ ରାସ୍ତାଘାଟ ଖାଲିଖାଲି ଲାଗୁଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି ଯେ, ଖରା ଆହୁରି ୨ ଦିନ ଜାରି ରହିବ।

Share Now:

Kalinga News Beuro

Next Post

ପ୍ରେମିକକୁ ନିର୍ମମ ହତ୍ୟା : ପ୍ରେମିକାକୁ ୧୦ ବର୍ଷ ଜେଲ୍, ୫ ହଜାର ଜରିମାନା

Fri Apr 19 , 2024
ସୁନ୍ଦରଗଡ଼: ବର୍ଷକର ପ୍ରେମ ଓ ଶାରୀରିକ ସମ୍ପର୍କ ପରେ ବିବାହକୁ ନା କରିବାରୁ ପ୍ରେମିକକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପ୍ରେମିକା। ୨୦୧୭ରେ ସୁନ୍ଦରଗଡ଼ ଟାଉନଥାନା ଭବାନୀପୁର ଅଞ୍ଚଳରେ ଘଟିଥିଲା ଏହି ଘଟଣା। ମାମଲାର ବିଚାର କରି ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ଜଜ୍ ଶୁଭଦର୍ଶୀ ପଟ୍ଟନାୟକ ଅଭିଯୁକ୍ତ ପ୍ରେମିକା କୁନି ବାର୍ଲିଆ (୩୦)କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା […]
ପ୍ରେମିକକୁ ନିର୍ମମ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial