ଆଦିତ୍ୟ ଦାଶ ମୃତ୍ୟୁକୁ ୨ବର୍ଷ: ହାଇକୋର୍ଟରେ ଗଡ଼ୁଛି ସିବିଆଇ ତଦନ୍ତ ଆବେଦନ

ଆଦିତ୍ୟ ଦାଶ ମୃତ୍ୟୁକୁ ୨ବର୍ଷ

ଭୁବନେଶ୍ବର : ୨୦୨୦ ମସିହାର ବହୁଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଦୁଇ ବର୍ଷ ପୂରିଛି। ଏହି ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ହୋଇଥିବା ଆବେଦନ ବର୍ଷେ ହେଲା ବିଚାରାଧୀନ ଅଛି। ଏଣେ ଜିଆର୍‌ପି ପୁଲିସ ଏହି ମାମଲାର ଚାର୍ଜସିଟ୍‌ ଦାଖଲ କରିସାରିଛି। ଆଦିତ୍ୟ ଆତ୍ମହତ୍ୟା କରିଥିଲେ ବୋଲି ଜିଆର୍‌ପି ସ୍ପଷ୍ଟ କରିସାରିଛି। ମାତ୍ର ଆଦିତ୍ୟଙ୍କ ପରିବାର ଲୋକେ ଏଥିରେ ସନ୍ତୁଷ୍ଟ ହୋଇପାରିନାହାନ୍ତି। ଆଦିତ୍ୟଙ୍କୁ ହତ୍ୟା କରି ଘଟଣାକୁ ଚପାଇ ଦିଆଯାଇଛି ବୋଲି ସେମାନଙ୍କ ଧାରଣା ଏବେ ବି ବଳବତ୍ତର ରହିଛି। ମାତ୍ର ସିବିଆଇ ତଦନ୍ତ ହୋଇପାରୁନଥିବାରୁ ସେମାନଙ୍କ ନ୍ୟାୟ ପାଇବା ଆଶା ଧୀରେଧୀରେ ମଉଳି ଯାଉଥିବା କୁହାଯାଇଛି। ସୂଚନାଯୋଗ୍ୟ, ୨୦୨୦ ଜୁଲାଇ ୬ ତାରିଖରେ ଆଦିତ୍ୟଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ଗୋଟିଏ ଚର୍ଚ୍ଚିତ ଧାଡ଼ି ଉଲ୍ଲେଖଥିଲା। ‘ମୃତ୍ୟୁ ଯେତେବେଳେ ଆସେ, ବହୁତ ଧୀରେ ଧୀରେ ଆସେ, କେହି ଜାଣି ପାରନ୍ତି ନାହିଁ’। ଏହାର ପରଦିନ ଅର୍ଥାତ୍ ଜୁଲାଇ ୭ତାରିଖ ଦିନ ତାଙ୍କ ମୃତଦେହ ଲିଙ୍ଗରାଜରୋଡ୍‌ ଷ୍ଟେସନ ନିକଟ ରେଳ ଧାରଣାରୁ ଜବତ କରାଯାଇଥିଲା। ସେତେବେଳକୁ ତାଙ୍କ ବିବାହକୁ ମାତ୍ର ୨୭ ଦିନ ହୋଇଥିଲା। ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ ଓ ତାଙ୍କ ଅଚାନକ ମୃତ୍ୟୁକୁ ନେଇ ବିଭିନ୍ନ ଦିଗରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଏମିତିକି ଜିଆର୍‌ପି ତଦନ୍ତକୁ ନେଇ ମଧ୍ୟ ସନ୍ଦେହ କରାଯାଇଥିଲା। ‘ପ୍ୟୁପୁଲ୍ ଫର୍ ସେବା’ ସଂଗଠନ ନାମରେ ଏକ ବୃଦ୍ଧାଶ୍ରମ ପରିଚାଳନା କରୁଥିବା ଆଦିତ୍ୟ ଆତ୍ମହତ୍ୟା କରିଥିବେ ବୋଲି କେହି ବିଶ୍ବାସ କରିନଥିଲେ। ତେଣୁ ରାଜ୍ୟ ସରକାର ଏହି ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ। ମାତ୍ର ଶେଷରେ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଆତ୍ମହତ୍ୟା ବୋଲି କହିଲା।
କିନ୍ତୁ ଆଜି ବି ଆଦିତ୍ୟଙ୍କ ପରିବାର ନ୍ୟାୟ ଆଶାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ତାଙ୍କ ବାପା ନନ୍ଦୀ କିଶୋର ଦାଶ କହିଛନ୍ତି ଯେ ତଦନ୍ତକୁ ବାଟବଣା କରାଯାଇଥିବା ଯଥେଷ୍ଟ ପ୍ରମାଣ ତାଙ୍କ ପାଖରେ ରହିଛି। ତାଙ୍କ ପୁଅ ହତ୍ୟାକୁ ମିଳିମିଶି ଚପାଇ ଦିଆଯାଇଛି। ସୂଚନାଯୋଗ୍ୟ, ସିବିଆଇ ତଦନ୍ତ ପାଇଁ ବୃଦ୍ଧାଶ୍ରମ ପକ୍ଷରୁ ହାଇକୋର୍ଟରେ ହୋଇଥିବା ଆବେଦନ ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ନିହାର ରଂଜନ ଓଝା ଓ ଆଦିତ୍ୟଙ୍କ ପରିବାର ପକ୍ଷରୁ ଏଥିପାଇଁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଲଢ଼ୁଛନ୍ତି।

Share Now:

Kalinga News Beuro

Next Post

ଶ୍ରୀକ୍ଷେତ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ହେଲା ବାହୁଡା ରଥଟଣା

Sat Jul 9 , 2022
ପୁରୀ: ତିନି ରଥରେ ଗଜପତି ମହାରାଜ ସୁବର୍ଣ୍ଣଖଡ଼ିକାରେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଛି। ଏବେ ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣୁଛନ୍ତି। ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେ‌ଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସରିଥିଲା। ଏହି ସମୟରେ ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଥିଲା। ଭୋର […]
ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial