ଭୁବନେଶ୍ୱର: ମାର୍କେଟ ଆସୋସିଏସନ ସହ ବିଏମସି କୌଣସି ଆଲୋଚନା କଲା ନାହିଁ। ଆଉ ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲଡିଙ୍ଗ ବନ୍ଦ ରହିବ। ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଏହି ସୂଚନା ଦେଇଛନ୍ତି। ମାର୍କେଟ୍ ବିଲ୍ଡିଂରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ବିଏମ୍ସି ସମାଧାନ କରିପାରିନଥିବାରୁ ଓ ପ୍ରତିଶ୍ରୁତି ମୁତାବକ ଉଠାଦୋକାନୀଙ୍କୁ ସେଠାରୁ ଉଠାଇ ପାରିନଥିବାରୁ ଆଜିଠାରୁ ମାର୍କେଟ୍ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଥିଲା।
ଆଉ ଏହି କ୍ରମରେ ଆଜିଠାରୁ ପ୍ରାୟ ୧୬୫ ବ୍ୟବସାୟୀ ସକାଳୁ ଦୋକାନ ବନ୍ଦ କରି ମାର୍କେଟ୍ ବିଲ୍ଡିଂ ପରିସରରେ ଧାରଣା ଦେଇଥିଲେ। ଏନେଇ ବିଏମସି କମିଶନର କହିଛନ୍ତି ଯେ, ଭେଣ୍ଡର ଆକ୍ଟ ଅନୁସାରେ ଯେହେତୁ ଉଠା ଦୋକାନୀମାନଙ୍କ ପାଖରେ ହାଇକୋର୍ଟର ଅର୍ଡର ରହିଛି, ସେଥିପାଇଁ ସେମାନଙ୍କୁ ବାହାରେ କେମିତି ଏବଂ କେଉଁଠି ଥଇଥାନ କରାଯିବ ସେନେଇ ଆମେ ଲିଗଲ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ। ଏହା ଟିକେ ସମୟ ସାପେକ୍ଷ। ପୂର୍ବରୁ ୨ ଥର ମାର୍କେଟ ବିଲଡିଂ କର୍ମକର୍ତ୍ତାଙ୍କ ସହ ବୈଠକ ହୋଇଛି। ସେଠାରେ କିଛି ଆଇନଗତ ସମସ୍ୟା ରହିଛି। ସେଥିପାଇଁ ଟିକେ ସମୟ ଦରକାର ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ।
‘ବିଏମସି କଲାନାହିଁ ଆଲୋଚନା : ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରହିବ ମାର୍କେଟ ବିଲଡିଙ୍ଗ’

Share Now: