ଶ୍ରୀକ୍ଷେତ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ହେଲା ବାହୁଡା ରଥଟଣା

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା

ପୁରୀ: ତିନି ରଥରେ ଗଜପତି ମହାରାଜ ସୁବର୍ଣ୍ଣଖଡ଼ିକାରେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଛି। ଏବେ ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣୁଛନ୍ତି। ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେ‌ଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସରିଥିଲା। ଏହି ସମୟରେ ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଥିଲା। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହେବ। ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେବ। ସକାଳ ୭ଟାରେ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ନ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବା ସ୍ଥିରୀକୃତ ହୋଇଥିଲା। ହେଲେ ଏହା ପୂର୍ବରୁ ରଥଟଣା ଆରମ୍ଭ ହୋଇଯାଇଛି।

Share Now:

Kalinga News Beuro

Next Post

ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟର୍‌ ବିବାଦ : ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦର ଶୋଭାଯାତ୍ରା

Sat Jul 9 , 2022
ମୁମ୍ବାଇ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’କୁ ବିରୋଧ କରି ଶନିବାର ରାଜଧାନୀ ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦ ଏକ ଶୋଭାଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ମଣ୍ଡି ହାଉସ୍‌ରୁ ବାରାଖମ୍ବା ରୋଡ୍‌ରୁ ନେଇ ଜନ୍ତର ମନ୍ତର ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି। ଏହି ଯାତ୍ରାକୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସଶସ୍ତ୍ର ଅନୁମତି ମିଳିଛି। ବିଶ୍ବ ହିନ୍ଦୁ ପରିଷଦ ସମେତ ଅନ୍ୟ କେତେକ ସଂଗଠନ ‘କାଳୀ’ ପୋଷ୍ଟର୍‌ […]
‘କାଳୀ’ ପୋଷ୍ଟର୍‌ ବିବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial