ପୁଣି କଟକରେ ଗୁଡ଼ି ନେଲା ଆଉ ଏକ ଜୀବନ : ପତ୍ନୀ ଆଗରେ ଆଖି ବୁଜିଲେ ସ୍ବାମୀ

ଗୁଡି ସୂତା

କଟକ: ଗୁଡ଼ି ଉଡ଼ାଇବାର ପର୍ବ ‘ମକର ସଂକ୍ରାନ୍ତି’କୁ ଆହୁରି ଅଢ଼େଇ ସପ୍ତାହ ବାକି ଅଛି। କିନ୍ତୁ ଏବେ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ିବା ଆରମ୍ଭ ‌ହୋଇଯାଇଛି। ଏହି ଗୁଡ଼ି ଉଡ଼ିବା କାରଣରୁ ଆଜି ଅପରାହ୍ନରେ ଏକ ଅଭାବନୀୟ ଅଘଟଣ ଘଟିଛି। ଜଣେ ଯୁବକଙ୍କର ମୃତ୍ୟୁ ‌ହୋଇଥିବା ଜଣାପଡ଼ିଛି। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ଅଞ୍ଚଳରେ ଗୁଡ଼ି ସୂତା ଆସି ବେକରେ ଲାଗିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମତୃ ଯୁବକ ଜଣକ ଭଇରିପୁର ଅଞ୍ଚଳର ଜୟନ୍ତ ସାମଲ। ମିଳିଥିବା ସୂଚନା ଅନୁସାରେ ପୀରବଜାର ଅଞ୍ଚଳରେ ଆଜି ଜୟନ୍ତ ନିଜ ସ୍ତ୍ରୀଙ୍କୁ ନେଇ ବାଇକରେ ଯାଉଥିଲେ। ଉଭୟ ବାଇକ୍‌ରେ କୌଣସି ଏକ କାମରେ ଯାଉଥିବା ବେଳେ ଏକ ଗୁଡ଼ିର ସୂତା ଆସି ବାଇକ ଆରୋହୀଙ୍କ ଗଳାରେ ଗୁଡ଼େଇ ହୋଇଯାଇଥିଲା। ପଳରେ ଜୟନ୍ତ ବାଇକ୍‌ରୁ ପଡ଼ିଯାଇଥିଲେ। ପ୍ଲାଷ୍ଟିକ ସୂତା ହୋଇଥିବାରୁ ଜୟନ୍ତଙ୍କ ‌ଗଳା କଟିବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଜୟନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଏହି ଘଟଣା ସମ୍ପର୍କରେ ଯୁବକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଯାଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ଏକ ଅପ୍ରୀତିକର ଅଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ଗୁଡିସୂତା ଦୁର୍ଘଟଣାରେ ସବୁଠାରୁ ଦୁଃଖଦ ଦିଗଟି ହେଉଛି ସ୍ତ୍ରୀ ଆଗରେ ଆଖି ବୁଜିଦେଲା ସ୍ୱାମୀ। ସ୍ତ୍ରୀଙ୍କୁ ଖୁସି କରି କରି ଯାଉଥିବା ବେଳେ ସ୍ୱାମୀ ପରପାରିକୁ ଚାଲିଗଲେ। ଏମିତି ମୃତ୍ୟୁ ଆସିଲା ଯେ ଗୁଡି ସୂତା ସ୍ତ୍ରୀର ସିନ୍ଦୂର ପୋଛିଦେଲା। ଗତ ୬ ମାସ ହେବ ଦୁହିଁଙ୍କ ବିବାହ ହୋଇଥିବା ସୂଚନା।

Share Now:

Kalinga News Beuro

Next Post

ରାଜ୍ୟରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ

Sun Dec 26 , 2021
ଭୁବନେଶ୍ବର: ରାଜ୍ୟ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଭୟ ବଢ଼ିଛି। ବିଶେଷ କରି ଏପର୍ଯ୍ୟନ୍ତ ୫ ଜଣ ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ମୁଣ୍ଡବିନ୍ଧାର କାରଣ ପାଲଟିଛି। ହେଲେ, ଆଶ୍ୱସ୍ତିର କଥା ହେଉଛି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଛି। ସେହିପରି ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ପାର କରିଥିଲେ ବି ସେମାନଙ୍କ ମଧ୍ୟରୁ ୧୩୦ […]
୪ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial