ରାଜ୍ୟରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ

୪ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଭୟ ବଢ଼ିଛି। ବିଶେଷ କରି ଏପର୍ଯ୍ୟନ୍ତ ୫ ଜଣ ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ମୁଣ୍ଡବିନ୍ଧାର କାରଣ ପାଲଟିଛି। ହେଲେ, ଆଶ୍ୱସ୍ତିର କଥା ହେଉଛି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଛି। ସେହିପରି ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ପାର କରିଥିଲେ ବି ସେମାନଙ୍କ ମଧ୍ୟରୁ ୧୩୦ ଜଣ ସୁସ୍ଥ ହୋଇଛନ୍ତି। ଆଉ ଅଧିକାଂଶଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ। ଓଡିଶାରେ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ। ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ନାଇଜେରିଆ ଫେରନ୍ତା। ରବିବାର ଚିହ୍ନଟ ହୋଇଥିବା ୪ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ ଜଣ ସାଉଦିଆରବରୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ୯ ବର୍ଷର ଶିଶୁ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନେଗେଟିଭ ହୋଇସାରିଛନ୍ତି। ନାଇଜେରିଆ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଛି। ତେବେ ସାଉଦି ଆରବ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରାଯାଇଛି।
ବଡକଥା ହେଉଛି ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଏମାନଙ୍କ ମଧ୍ୟରୁ କାହାରିଠାରେ ସେଭଳି ଗୁରୁତର ଲକ୍ଷଣ ନାହିଁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସୁଛି। ତେବେ ଚିହ୍ନଟ ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଜଗତସିଂହପୁରର ହୋଇଥିବାବେଳେ ଜଣେ ଗଞ୍ଜାମ ଓ ଆଉ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି। ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡିଛି। ତେବେ ଭଲ ଖବର ହେଉଛି ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୩ ହଜାରରୁ ଅଧିକ ବିଦେଶୀ ଫେରନ୍ତା ଆସିଲେଣି। ଏମାନଙ୍କ ମଧ୍ୟରୁ ପଜିଟିଭ ଆସିଥିବା ଆକ୍ରାନ୍ତଙ୍କ ନମୂନାକୁ ଜେନମ ସ୍ୱିକେନ୍ସ ପାଇଁ ପଠାଯାଇଛି। ଓମିକ୍ରନର ମୁକାବିଲା ପାଇଁ ବି ସରକାର ତତ୍ପର ହୋଇଉଠିଛନ୍ତି। ସେପଟେ ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ଅତିକ୍ରମ କରିଛି। ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଜଣ ଓମିକ୍ରନ ଆକ୍ରାନ୍ତ ରହିଥିବାବେଳେ ୧୯ଟି ରାଜ୍ୟକୁ ଓମିକ୍ରନ ବ୍ୟାପିଲାଣି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନାହିଁ। ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୧୩୦ ଜଣ ସୁସ୍ଥ ହୋଇସାରିଲେଣି।

Share Now:

Kalinga News Beuro

Next Post

ନିରୀହ ବ୍ୟକ୍ତିଙ୍କ କାନ୍ଥ ଭାଙ୍ଗି ଦେଲା ସିଏମ୍‌ସି

Sun Dec 26 , 2021
କଟକ: ଅଦାଲତରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ପଟାପୋଲ ମୋଚିସାହିରେ ଥିବା ଏକ ନିର୍ଦ୍ଦିଷ୍ଟ ଜମି ଉପରେ ଥିବା ଘରର କାନ୍ଥକୁ ଭାଙ୍ଗି ଦିଆଯାଇଛି। ଜମିର ପ୍ରକୃତ ଦାବିଦାର ଏ ନେଇ ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କୁ ଧମକ ଚମକ ଦିଆଯାଉଛି। ଏହି ଜମି ଉପରେ କୌଣସି ନିର୍ମାଣ ନ କରିବାକୁ ପୂର୍ବରୁ ଅଦାଲତ ନି‌ର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭିନ୍ନ ସମୟରେ ସିଏମସି ଏଠାରେ […]
ନିରୀହ ବ୍ୟକ୍ତିଙ୍କ କାନ୍ଥ ଭାଙ୍ଗି ଦେଲା ସିଏମ୍‌ସି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial