ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ: ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା

ଶେଷ ହେଲା ବିଧାନସଭା

ସୁରକ୍ଷା ଦାୟିତ୍ବରେ ୧୨୦ ଜଣ ଅଫିସର

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏଥର ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ଅଧିବେଶନରେ ନୂଆ ନୂଆ ପ୍ରସଙ୍ଗ ଉଠିପାରେ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଅଧିବେଶନ ପୂର୍ବରୁ ଆଜି ବିଜେପି, କଂଗ୍ରେସ ଓ ବିଜେଡି ବିଧାୟକ ଦଳର ବୈଠକ ବସିବ। ଏଥିରେ ରଣନୀତି ପ୍ରସ୍ତୁତ କରିବେ ସମସ୍ତ ରାଜନୈତିକ ଦଳ। ତେବେ ଏହା ପୂର୍ବରୁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୨୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି। ନିଜେ ପୁଲିସ କମିସନର ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ପୁଲିସ ଡିଜି ମଧ୍ୟ ବିଧାନସଭାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା କାର୍ଯ୍ୟକ୍ରମ ରହିଛି।

Share Now:

Kalinga News Beuro

Next Post

ଡକ୍ୟୁମେଣ୍ଟାରି ‘ଦି ମାଉଣ୍ଟେନ୍‌ ହକି’ ବିଦେଶରେ ହେବ ପ୍ରିମିୟର

Tue Aug 31 , 2021
ଭୁବନେଶ୍ବର: ଓଡ଼ିଶାର ଡକ୍ୟୁମେଣ୍ଟାରି ‘ଦି ମାଉଣ୍ଟେନ୍‌ ହକି’ର ପ୍ରିମିୟର ଜର୍ମାନୀ, ସ୍ପେନ୍‌ ଓ ଦୁବାଇରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ଓ ଅକ୍ଟୋବରରେ ବିଶ୍ବସ୍ତରରେ ପ୍ରିମିୟର ହେବାକୁ ଥିବା ଏହି ଡକ୍ୟୁମେଣ୍ଟାରିର ଦାୟିତ୍ବ ବହନ କରିଛନ୍ତି ଆନ୍ତର୍ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର। ଅବିନାଶ ପ୍ରଧାନ ଓ ଦେବଶିଷ ମହାପାତ୍ରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଡକ୍ୟୁମେଣ୍ଟାରିରେ ପ୍ରାଯୋଜନା ସିନେପିନର୍ ପ୍ରଡକ୍ସନ୍ସର ରାଜକିଶୋର ହୋତା ତୁଲାଇଛନ୍ତି। ୟୁଏଲ୍‌ବି ଫିଲ୍ମସ୍‌ ବିଶ୍ୱସ୍ତରରେ ପ୍ରଚାର […]
ବିଦେଶରେ ପ୍ରିମିୟର ହେବ ‘ଦି ମାଉଣ୍ଟେନ୍‌ ହକି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial