ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି। ଏନେଇ ଆଜି କାମାକ୍ଷାନଗର ହନୁମାନ ବଜାରଠାରେ ୫୩ ନମ୍ବର ଜାତୀୟ ରାଜପଥକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି। ଫଳରେ ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତାରେ ଗାଡି ଚଳାଚଳରେ ବାଧା ଉପୁଜିଛି।

ଏହି ଘଟଣା ନେଇ ପୋଲିସ ତନାଘନା ଜାରି ରଖିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏଯାଏଁ ହତ୍ୟାକାରୀଙ୍କ ସଂପର୍କରେ କିଛି ବି ଟେର୍‌ ପାଇନି ପୋଲିସ।

ଗତକାଲି କାମାକ୍ଷାନଗରରେ ନିର୍ମାଣାଧୀନ ଘର କାମ ଦେଖି ନିଜର ଔଷଧ ଦୋକାନକୁ କାର୍‌ରେ ଫେରୁଥିବା ବେଳେ ଯଶୋବନ୍ତ ଉପରକୁ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ କରିଥିଲେ। ପ୍ରାଣ ବିକଳରେ କାରରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଏସ୍‌ସିବି ନିଆଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଗତକାଲି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣାର ସଠିକ୍ ତଦନ୍ତ ଲାଗି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ନିବେଦନ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀ ଚିହ୍ନଟ! ପ୍ରମାଣ ଯୋଗାଡ଼ କରୁଛି ପୁଲିସ

Tue Mar 27 , 2018
ଭୁବନେଶ୍ୱର: କୁଆଖାଇ ନଦୀପଠାରେ ବହୁଚର୍ଚିତ ଉନ୍ମୟ ପାଢ଼ୀ ହତ୍ୟା ଘଟଣାକୁ ଆଜି ସପ୍ତାହେ ପୂରିବ। ଦିନକୁ ଦିନ ଏହି ହତ୍ୟାକାଣ୍ଡ ରହସ୍ୟମୟ ହୋଇ ପଡ଼ୁଥିବାବେଳେ ପୁଲିସ କ୍ରମଶଃ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଉଦ୍ୟମ ଜାରି ରଖିଛି। ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ହିଁ ହତ୍ୟାକାରୀ ବୋଲି ପୁଲିସ ଏକପ୍ରକାର ନିଶ୍ଚିତ ହୋଇ ସାରିଥିଲେ ମଧ୍ୟ ଦୁହିଁଙ୍କ ବିରୋଧରେ ଏଯାଏ ନିର୍ଦିଷ୍ଟ ପ୍ରମାଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial