ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ : ଘୁଞ୍ଚିଲା ଶୁଣାଣି

ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣାଧୀନ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ପୁଣି ଝୁଲିଲା। ପାହାଡ଼ କାଟି ପ୍ରକଳ୍ପ ନିର୍ମାଣ ବିରୋଧରେ ନ୍ୟାସ୍‌ନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଚାଲିଥିବା ମାମଲାର ଶୁଣାଣି ଆଜି ଚୂଡ଼ାନ୍ତ ହୋଇପାରିଲା ନାହିଁ। ପୁଣିଥରେ ସେପ୍ଟେମ୍ବର ୧୧କୁ ଶୁଣାଣି ଘୁଞ୍ଚିଛି। ସେପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରାଜ୍ୟ ସରକାର ଗଛ ଲଗେଇବା ଓ ବିକାଶ ନାମରେ ପୁରୁଣା ଗଛ କାଟୁଥିବାର ଦେଖାଦେଇଛି। ରାତି ଅଧରେ ମେସିନ୍‌ ଲଗେଇ ପାହାଡ଼ ପାଦଦେଶକୁ ସଫା କରାଯାଇଛି। ଆଗାମୀ ଶୁଣାଣି ସମୟରେ ସମିତି ଏନେଇ ଲିଖିତ ଅଭିଯୋଗ କରିବ। ଗଛ ଲଗେଇବାକୁ ସମିତି ପକ୍ଷରୁ କୌଣସି ବିରୋଧ କରାଯାଇ ନାହିଁ। ବନ ବିଭାଗ ସହ ମିଶି ଗଛ ଲଗାଯାଇଛି। ବିଡିଏ ଓ ୱାଟ୍‌କୋ ଯେଉଁ ଜାଗାରେ ଜଙ୍ଗଲ କାଟିଛି, ସେଠାରେ ଗଛ ଲଗାଯାଉନି। ପାହାଡ଼ ଚାରିପଟେ ଗଛ ଲଗାଯାଉଥିଲେ ମଧ୍ୟ ଉପରେ ଲଗାଯାଉ ନାହିଁ। ଏହା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

Share Now:

Kalinga News Beuro

Next Post

୨୧ ବର୍ଷୀୟ ଅନ୍ତଃସତ୍ତ୍ଵା ଯୁବତୀଙ୍କୁ ଗୁଳି ମାରି ହତ୍ୟା କଲା ପୁଲିସ

Sat Sep 2 , 2023
ଓହାଇଓ: ଗତ ସପ୍ତାହରେ ଆମେରିକାର କଲମ୍ବସ୍‌ସ୍ଥିତ ଏକ ଗ୍ରସରି ଷ୍ଟୋର୍‌ରେ ଗ୍ରାହକ ସାଜି ସାମଗ୍ରୀ ‌ଚୋରି କରିଥିବା ଅଭିଯୋଗରେ ଜଣେ ଅନ୍ତଃସତ୍ତ୍ଵା ଯୁବତୀଙ୍କୁ ପୁଲିସ ଗୁଳି ମାରି ହତ୍ୟା କରିଥିବା ଦୃଶ୍ୟ ଥିବା ଏକ ଫୁଟେଜ୍‌ ଓହାଇଓ ପୁଲିସ ରିଲିଜ୍‌ କରିଥିବା କଥା ଶୁକ୍ରବାର ଦିନ ‘ସିଏନ୍ଏନ୍‌’ ରିପୋର୍ଟ କରିଛି। ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି, ଭିଡିଓରେ ଦେଖାଯାଉଛି ଜଣେ ବ୍ଲେନ୍‌ଡନ୍‌ ଟାଉନ୍‌ ପୁଲିସ ଅଫିସର୍‌ ଓହାଇଓ ଅନ୍ତର୍ଗତ ୱେଷ୍ଟର୍‌ଭାଇଲ୍‌ସ୍ଥିତ କ୍ରୋଗର୍‌ […]
ଅନ୍ତଃସତ୍ତ୍ବା ଯୁବତୀଙ୍କୁ ଗୁଳି ମାରି ହତ୍ୟା କଲା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial