ସ୍ୱାଭାବିକ ହେଉଛି ମହାନଦୀରେ ବନ୍ୟା ପରିସ୍ଥିତି: ହୀରାକୁଦର ୨୪ଟି ଗେଟ ଖୋଲା

hirakud-dam-2020

ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧରେ ଜଳସ୍ତର କମିବା ସହ ମହାନଦୀରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସ୍ୱାଭାବିକ ହେବାରେ ଲାଗିଛି। ଜଳସଂପଦ ବିଭାଗ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ହୀରାକୁଦ ଜଳ ଭଣ୍ଡାରର ଏବେ ୨୪ଟି ଗେଟ ଖୋଲା ରହିଛି। ତା’ ମଧ୍ୟରେ ବାମ ସ୍ପିଲେଓ୍ଵର ୧୫ଟି ଓ ଡାହାଣ ସ୍ପିଲେଓ୍ଵର ୯ଟି ଗେଟ ଅନ୍ତର୍ଭୁକ୍ତ। ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ୬୨୫.୫୬ ଫୁଟ ଜଳ ରହିଛି। ଏବେ ଏହି ଜଳଭଣ୍ଡାରକୁ ଘଣ୍ଟାକୁ ହାରାହାରି ୩ ଲକ୍ଷ ୭୪ ହଜାର ୬୧୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ହାରାହାରି ୪ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ତଳମୁଣ୍ଡରେ ଥିବା ମୁଣ୍ଡୁଳୀଠାରେ ମଧ୍ୟ ବନ୍ୟାଜଳ ନିଷ୍କାସନ କ୍ରମଶଃ ହ୍ରାସ ପାଉଛି। ଏବେ ଏହି ବ୍ୟାରେଜ ଦେଇ ୮.୦୬ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି। ଗତକାଲି ଏହା ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଥିଲା। ଫଳରେ ଗତ ୨୬ ଘଣ୍ଟାରେ ଜଳ ନିଷ୍କାସନ ୨ ଲକ୍ଷ ୨ ହଜାର କ୍ୟୁସେକ ହ୍ରାସ ପାଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ଵିଟ କରି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ମିଳିତ ଛାତ୍ରୀଛାତ୍ର ପରିଷଦ(ୟୁଏସଏଫ) ପକ୍ଷରୁ ବନ୍ୟା ପ୍ରପୀଡିତଙ୍କୁ ସହଯୋଗ

Wed Sep 2 , 2020
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ତଥା ବେଣୀପୁର ଗ୍ରାମରେ ଘେରି ବନ୍ଧ ଭାଙ୍ଗିଯିବାରୁ ବିରୂପା ନଦୀର ବନ୍ୟା ଜଳ ପଶିଛି। ଫଳରେ ଘେରି ଭିତରେ ଥିବା ୫ଟି ୱାର୍ଡର ୨୫୦୦ରୁ ଅଧିକ ଲୋକ ଓ ସେମାନଙ୍କ ଗୃହପାଳିତ ପଶୁପକ୍ଷୀ ନାନା ଅସୁବିଧାର ସମୁଖୀନ ହେଉଛନ୍ତି। ଗ୍ରାମରେ ଥିବା ସର୍ବ ପୁରାତନ ସ୍କୁଲ ଘର ସହିତ ସମସ୍ତ ଅସବାବପତ୍ର ବନ୍ୟା ପାଣିରେ ନଷ୍ଟ […]
USF-2020 (1)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial