ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବିଦ୍ୟାଳୟ ଫାଟକରେ ତାଲା

ଶ୍ରେଣୀଗୃହ ନାହିଁ କି ଶିକ୍ଷକ ନାହାନ୍ତି : କଣ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ?

ମାଣତ୍ରୀ : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ତଥା ବୈଶିଙ୍ଗା ଥାନା ଅଧୀନ ମନଗୋବିନ୍ଦପୁର ପଞ୍ଚାୟତର ମେର୍ଦ୍ଦାନୂଆଗାଁ ଗ୍ରାମସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ପରିମାଣରେ ଶ୍ରେଣୀଗୃହ ଓ ଶିକ୍ଷକ ନଥିବା ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ପକେଇ ଫାଟକ ସମ୍ମୁଖ ଖରାରେ ଧାରଣାରେ ବସିଲେ ଏକାଧିକ ଅଭିଭାବକଙ୍କ ସମେତ ବିଦ୍ୟାଳୟ ଛାତ୍ରଛାତ୍ରୀ। ସୂଚନା ଅନୁଯାଇ ୧୯୭୪ ମସିହାରେ ନିର୍ମିତ ମେର୍ଦ୍ଦାନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇତିହାସ ସ୍ୱର୍ଣ୍ଣିମମୟ ଥିବାବେଳେ ଆଜି ପ୍ରଶାସନ ଅବହେଳାରୁ ଜରାଜୀର୍ଣ ଅବସ୍ଥାରେ ପଡିରହିଛି। ଆଖପାଖ ଗ୍ରାମରୁ ବିଦ୍ୟାଳୟରେ ପ୍ରତ୍ୟହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବାବେଳେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ। ଚାରୋଟି ଶ୍ରେଣୀ ଗୃହରୁ ଦୁଇଟି ଗୃହର ଅବସ୍ଥା ଶୋଚନୀୟ, ଯୋଉଁଥିପାଇଁ ଖରାଦିନର ପ୍ରବଳ ଗୁଳୁଗୁଳିରେ ବି ଆଠଟି ଶ୍ରେଣୀର ସମସ୍ତ ପିଲା ମୋଟ ଦୁଇଟି ଶ୍ରେଣୀ ଗୃହରେ ଜାକିମାଡି ହୋଇ ବସୁଛନ୍ତି।
ଅନୁରୂପ ଭାବେ ଆଠଟି ଶ୍ରେଣୀ ପାଇଁ ମୋଟ ଚାରିଜଣ ଶିକ୍ଷକ ଅଛନ୍ତି, ଯୋଉଁଥିପାଇଁ ଅଷ୍ଟମ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇପାରୁନି। ଫଳରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ତଥା ଶିକ୍ଷକ ନିଯୁକ୍ତି ଦାବି ନେଇ ଆଜି ବିଦ୍ୟାଳୟ କମିଟିର ସମ୍ପାଦକ ହରିଶଚନ୍ଦ୍ର ଦାସ ଓ ଗାଁ କମିଟିର ସମ୍ପାଦକ କରୁଣାକର ମହାପାତ୍ରଙ୍କ ସମେତ ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ଫାଟକ ସମ୍ମୁଖରେ ଖରାରେ ଧାରଣାରେ ବସିଛନ୍ତି।

Share Now:

Kalinga News Beuro

Next Post

ଗାଧୋଇବା ବେଳେ ନଦୀ ପାଣିରେ ବୁଡ଼ି ଦୁଇଭାଇ ମୃତ

Wed Apr 19 , 2023
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଗଣ୍ଡର୍ଦ୍ଦା ପଞ୍ଚାୟତ ପତୁକାଶାସନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ଦୁଇଭାଇ ବୁଢ଼ାବଳଙ୍ଗ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଗଣ୍ଡରେ ବୁଡ଼ିଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଗ୍ରାମବାସୀ ପ୍ରଥମେ ଜଣଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଆଉ ଜଣେ ଭାଇକୁ […]
ପାଣିରେ ବୁଡ଼ି ଦୁଇଭାଇ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial