ମାଟ୍ରିକ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାର ଅଡୁଆରେ ପଡିଥିବାବେଳେ ଆଜି ଶିକ୍ଷକ ସଂଘ ବା ଓଷ୍ଟା ପକ୍ଷରୁ ଘୋଷଣା କରାଯାଇଛି ଯେ ମାଟ୍ରିକ ପରୀକ୍ଷାରେ ସହଯୋଗ କରାଯିବ। ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସକାରାତ୍ମକ ହୋଇଛି। ପରୀକ୍ଷାରେ ସହଯୋଗ କରିବା ସହ ପ୍ରତୀକାତ୍ମକ ଆନ୍ଦୋଳନ କରିବୁ।
ଉଲ୍ଲେଖ ଥାଉ କି ବିଭିନ୍ନ ଦାବି ନେଇ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ଆହ୍ୱାନରେ ଚାଲିଥିବା ଆନ୍ଦୋଳନରେ ୩୦ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଥିଲେ। ଉଲ୍ଲେଖ ଥାଉ କି ପ୍ରମୁଖ ଦାବି ମଧ୍ୟରେ ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ରହିଛି।

Share Now:

Kalinga News Beuro

Next Post

ତାଲିବାନର ଅଜବ ଆଦେଶ : ଫଟୋ ଉଠାଇପାରିବେନି ‘ଜୀବିତ ଲୋକ’

Mon Feb 19 , 2024
କାନ୍ଦାହାର: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ କ୍ରମାଗତ ଭାବେ ନୂଆ ନୂଆ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହି କ୍ରମରେ ତାଲିବାନ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି। କୁହାଯାଉଛି ଯେ ଏହା ଏକ ଅଢ଼େଇ ଦଶନ୍ଧି ପୁରୁଣା ଆଇନ, ଯାହାପୁଣି ଥରେ କାର୍ଯ୍ୟକାରୀ ହୋଇଛି। ତାଲିବାନର ଗଡ଼ କାନ୍ଦାହାରରେ ଏହି ନୂଆ ନିର୍ଦ୍ଦେଶ ଲାଗୁ ହେବ। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, କାନ୍ଦାହାରର ଅଧିକାରୀମାନେ ଆଉ ଜୀବନ୍ତ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial