ତାଲିବାନର ଅଜବ ଆଦେଶ : ଫଟୋ ଉଠାଇପାରିବେନି ‘ଜୀବିତ ଲୋକ’

କାନ୍ଦାହାର: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ କ୍ରମାଗତ ଭାବେ ନୂଆ ନୂଆ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହି କ୍ରମରେ ତାଲିବାନ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି। କୁହାଯାଉଛି ଯେ ଏହା ଏକ ଅଢ଼େଇ ଦଶନ୍ଧି ପୁରୁଣା ଆଇନ, ଯାହାପୁଣି ଥରେ କାର୍ଯ୍ୟକାରୀ ହୋଇଛି। ତାଲିବାନର ଗଡ଼ କାନ୍ଦାହାରରେ ଏହି ନୂଆ ନିର୍ଦ୍ଦେଶ ଲାଗୁ ହେବ। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, କାନ୍ଦାହାରର ଅଧିକାରୀମାନେ ଆଉ ଜୀବନ୍ତ ବ୍ୟକ୍ତିର ଫଟୋ କିମ୍ବା ଭିଡିଓ ଉଠାଇ ପାରିବେ ନାହିଁ। ତାଲିବାନ ଆଦେଶ ରେ କୁହାଯାଇଛି ଯେ ଏପରି କରିବା ଦ୍ୱାରା ଲାଭ ଅପେକ୍ଷା କ୍ଷତି ଅଧିକ ହୋଇଥାଏ। ଏଣୁ ବଞ୍ଚିଥିବା ବ୍ୟକ୍ତିଙ୍କ ଫଟୋ କିମ୍ବା ଭିଡିଓ ଉତ୍ତୋଳନକୁ ନିଷିଦ୍ଧ କରାଯାଇଛି। କିନ୍ତୁ ଆଶ୍ଵସ୍ତିର ବିଷୟ ହେଉଛି ଏହା ଏବେ କେବଳ ସରକାରୀ ଅଧିକାରୀଙ୍କ ପାଇଁ ଲାଗୁ ହେବ। ସାଧାରଣ ଲୋକ ଓ ଗଣମାଧ୍ୟମକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି। କାନ୍ଦାହାର ଗଭର୍ଣ୍ଣରଙ୍କ ମୁଖପାତ୍ର ଏକ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ସହ କଥାବାର୍ତ୍ତାରେ ଏହି ନିର୍ଦ୍ଦେଶକୁ ସ୍ପଷ୍ଟ କରିଛନ୍ତି।
କାନ୍ଦାହାରବାସୀଙ୍କ ପାଇଁ ଜାରି କରାଯାଇଥିବା ଏହି ଆଦେଶ ଆଫଗାନିସ୍ତାନରେ ତାଲିବାନ ଶାସନ କରୁଥିବା ପୂର୍ବର ଅନ୍ଧକାର ସମୟକୁ ପୁଣି ମନେ ପକାଇ ଦେଇଛି। ୧୯୯୬ରୁ ୨୦୦୧ ମଧ୍ୟରେ ଆଫଗାନିସ୍ତାନରେ ଟେଲିଭିଜନ, ନାଚଗୀତକୁ ବି ନିଷିଦ୍ଧ କରାଯାଇଥିଲା। ସେତେବେଳେ ମଧ୍ୟ ଜୀବିତ ଲୋକଙ୍କ ଫଟୋ ଉଠାଇବାକୁ ବାରଣ କରାଯାଇଥିଲା।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କଲେ ଜାତୀୟ ମହିଳା କମିଶନ ମୁଖ୍ୟ

Mon Feb 19 , 2024
କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ନେତୃତ୍ୱାଧୀନ ସରକାରର ଅତ୍ୟାଚାର ବିରୋଧରେ ବିକ୍ଷୋଭ ସମୟରେ ସନ୍ଦେଶଖାଲିରେ ଅନେକ ମହିଳାଙ୍କ ସ୍ୱରକୁ ଦମନ କରା ଯାଇଥିବା ଅଭିଯୋଗ କରି ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ସୋମବାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ସୋମବାର ଦିନତମାମ ଶର୍ମା କମିଶନର ଏକ ପ୍ରତିନିଧି ଦଳକୁ ନେଇ ଅଶାନ୍ତ ସନ୍ଦେଶଖାଲି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial