ହତ୍ୟା ଉଦ୍ୟମରୁ ବର୍ତ୍ତିଗଲେ ରୁଷ ରାଷ୍ଟ୍ରପତି ପୁଟିନ୍‌

ହତ୍ୟା ଉଦ୍ୟମରୁ ବର୍ତ୍ତିଗଲେ ପୁଟିନ୍‌

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ହୋଇଥିବା ଏକ ହତ୍ୟା ଉଦ୍ୟମରୁ ସେ ଅଳ୍ପକରେ ବର୍ତ୍ତି ଯାଇଛନ୍ତି। ୟୁରୋ ସାପ୍ତାହିକ ସମ୍ବାଦର ଏକ ରିପୋର୍ଟ ଅନୁଯାୟୀ ଏହି ଖବର ହସ୍ତଗତ ହୋଇଛି। ଏଥିରେ କୁହାଯାଇଛି ଯେ ବୁଧବାର ଦିନ ଜେନେରାଲ ଜିଭିଆର ଟେଲିଗ୍ରାମ ଚ୍ୟାନେଲରେ ଏହି ସୂଚନା ପ୍ରକାଶ ପାଇଛି। ଆଉଟଲେଟ୍‌ କିନ୍ତୁ ଆହୁରି ମଧ୍ୟ କହିଛି ଯେ ଏହି ପ୍ରୟାସ କେବେ ହୋଇଥିଲା ତାହା କିନ୍ତୁ ଜଣା ପଡିନାହିଁ। ଚଳିତ ବର୍ଷ ଫେବୃଆରୀରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ପ୍ରତି ବିପଦକୁ ନେଇ ଗୁଜବ ଘୂରି ବୁଲୁଛି। ଖୋଦ୍‌ ରାଷ୍ଟ୍ରପତି ପୁଟିନ ନିଜ ବିଷୟରେ ୨୦୧୭ରେ ସର୍ବସାଧାରଣରେ ପ୍ରକାଶ କରି କହିଥିଲେ ଯେ ସେ ଅତି କମରେ ପାଞ୍ଚଟି ହତ୍ୟା ଉଦ୍ୟମରୁ ବଞ୍ଚିଛନ୍ତି।
ଟେଲିଗ୍ରାମ ଚ୍ୟାନେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁଟିନଙ୍କ ଲିମୋଜିନ ଗାଡ଼ିର ବାମ ସମୁଖ ଚକରେ ଏକ ଶକ୍ତ ଜୋରରେ ଧକ୍କା ଲାଗିଥିଲା, ୟୁରୋ ସାପ୍ତାହିକ ରିପୋର୍ଟ କରିଛି ଯେ ଏଥିରୁ ଧୂଆଁ ବାହାରିବା ପରେ ମଧ୍ୟ କାରଟି ଶୀଘ୍ର ସୁରକ୍ଷିତ ସ୍ଥାନକୁ ନିଆଯାଇ ପରିଥିଲା। ଏହି ଘଟଣାରେ ରୁଷର ରାଷ୍ଟ୍ରପତି ପୁଟିନଙ୍କୁ କୌଣସି କ୍ଷତି ହୋଇନାହିଁ, କିନ୍ତୁ ଆଉଟଲେଟ୍‌ କହିଛି ଯେ ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Share Now:

Kalinga News Beuro

Next Post

ହୃଦ୍‌ଘାତରେ ପାକିସ୍ତାନୀ ଅମ୍ପେୟାର୍‌ ଅସଦ ରୌଫ୍‌ଙ୍କ ପରଲୋକ

Thu Sep 15 , 2022
ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍‌ଙ୍କ ମଧ୍ୟରୁ ଅସଦ ରୌଫ୍‌ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ ଅମ୍ପେୟାର ଅସଦ ହୃଦ୍‌ଘାତର ଶିକାର ହୋଇ ୬୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ସେ ତାଙ୍କର ୧୩ ବର୍ଷର କ୍ୟାରିୟର୍‌ ମଧ୍ୟରେ ୪୯ ଟେଷ୍ଟ୍‌, ୯୮ ୱାନ୍‌ଡେ ଓ ୨୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅମ୍ପେୟାରିଂ କରିଛନ୍ତି। ତାଙ୍କ ଉପରେ ୨୦୧୩ […]
ଅମ୍ପେୟାର୍‌ ଅସଦ ରୌଫ୍‌ଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial