ଇବ୍‌ ନଦୀର ରମ୍ପେଲା ସେତୁରୁ ଖସିପଡ଼ିଲା ହାଇୱା: ୨ ଯୁବକ ନିଖୋଜ, ଚାଳକ ଉଦ୍ଧାର

ଇବ୍‌ ନଦୀ ସେତୁରୁ ଖସିପଡ଼ିଲା ହାଇଓ୍ଵା

ଝାରସୁଗୁଡ଼ା: ଇବ୍‌ ନଦୀର ରମ୍ପେଲା ସେତୁରୁ ହାଇୱା ଖସିପଡ଼ିବାରୁ ୨ ଜଣ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି। ହାଇୱାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇୱା ଚାଳକଙ୍କ ନାମ ଆଦିତ୍ୟ ସାହୁ। ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ପଂଚାୟତର ବରକାନୀ ଗାଁର ତିନି ଜଣ ଯୁବକ ଜିତେନ୍ଦ୍ର ପ୍ରଧାନ, ଅରବିନ୍ଦ ସାହୁ ଓରଫ ପପୁ ଓ ଆଦିତ୍ୟ ସାହୁ (ଚାଳକ) ଆଜି ଅପରାହ୍ନ ପ୍ରାୟ ୧ଟାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ହାଇୱା (ଓଡ଼ି ୨୩କେ ୧୫୪୭) ନେଇ ଇବ୍‌ ଥର୍ମାଲ ଆଡ଼କୁ ଯାଉଥିଲେ। ଯିବା ରାସ୍ତାରେ ଇବ୍‌ ସେତୁ ଉପରେ ଡାହାଡ଼ ପାର୍ଶ୍ୱକୁ ହାଇୱା ଖସିପଡ଼ିଥିଲା। ତେବେ ଇବ୍‌ ନଦୀରେ ଗଭୀର ପାଣି ଥିବାରୁ ହାଇୱାଟି ସଂପୂର୍ଣ୍ଣ ରୂପେ ବୁଡ଼ିଯାଇଛି। ସୂଚନା ପାଇଁ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବନହରପାଲି ଆଇଆଇସି ପ୍ରଶାନ୍ତ ମେହେର ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଚାଳାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ନିଖୋଜ ଅଛନ୍ତି। ଇବ୍‌ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଉପରେ ଶତାଧିକ ଲୋକଙ୍କର ଭିଡ଼ ରହିଛି। ଉଦ୍ଧାର ହୋଇଥିବା ହାଇୱା ଚାଳକ ଆଦିତ୍ୟ ସାହୁଙ୍କୁ ପ୍ରଥମେ ଟାଟା ରିଫ୍ୟକ୍ଟ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡ଼ା ସ୍ଥାନାନ୍ତର କରାଯାଇଥିବା ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ପୁଲିସ ଗାଡ଼ି ଧକ୍କାରେ ଜିଆରଏସଙ୍କର ମୃତ୍ୟୁ: ୩ ପୁଲିସ୍ ଅଧିକାରୀ ଗୁରୁତର

Tue Sep 8 , 2020
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପୁଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ପାଖାପାଖି ସାଢେ ୧୧ଟା ସମୟରେ ମାଥିଲି ଥାନା ଆଇଆଇସି ରଘୁନନ୍ଦନ ମାଝି, ଏଏସ୍ ଆଇ ନରେନ୍ଦ୍ର ଭତ୍ରା ଓ ଏସଆଇ କୃତ୍ତିବାସ ବେହେରା ପ୍ରମୁଖ ପୁଲିସ୍ ଗାଡ଼ିରେ ମାଲକାନଗିରି ଅଭିମୁଖେ ଯାଉଥିଲେ। ମାଥିଲି […]
ପୁଲିସ ଗାଡ଼ି ଧକ୍କାରେ ଜିଆରଏସଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial