ବଜାର କୋଲକାତା ସୋ ରୁମ ସିଲ୍ କଲା ସିଏମସି

ବଜାର କୋଲକାତା ସୋ ରୁମ ସିଲ୍

କଟକ: କଟକର ସିଡିଏ ସେକ୍ଟର ୭ରେ ଥିବା ବଜାର କୋଲକାତା ସୋ ରୁମକୁ ସିଏମସି(କଟକ ମହାନଗର ନିଗମ) କର୍ତ୍ତୃପକ୍ଷ ସିଲ୍ କରିଥିବା ଜଣାଯାଇଛି। କିଛି ଦିନ ତଳେ ସିଡିଏ ସେକ୍ଟର ୭ରେ ବଜାର କୋଲକାତା ସୋ ରୁମ ଖୋଲିଥିଲା। ଆପ୍ରୁଭାଲ୍ ପ୍ଲାନ ନ ଥିବାରୁ ସିଡିଏ ସେକ୍ଟର -୭ରେ ବଜାର କୋଲକାତା ସୋ ରୁମରେ ସିଏମସି ପକ୍ଷରୁ ଆଜି ଚଢ଼ାଉ କରାଯାଇଥିଲା। ଏହାପରେ ଉକ୍ତ ସୋ ରୁମକୁ ସିଲ୍ କରିଛି।
ବେଆଇନ ପାର୍କିଂ, ବିଲ୍ଡିଂ ନିର୍ମାଣରେ ଅବୈଧ କାରବାର ଓ ହୋଲ୍ଡିଂ ଟ୍ୟାକ୍ସ ଗୋଦାମ ଉଦେଶ୍ୟ ନେଇ ମଲ ଖୋଲିବା ଘଟଣାରେ ଏହି ବଜାର କୋଲକାତା ମଲକୁ ସିଲ କରିଛି ସିଏମସି ଏନ୍ଫୋର୍ସମେଣ୍ଟ ଟିମ। ଯେତେ ଦିନ ପର୍ଯ୍ୟନ୍ତ ଏହି ଦିଗରେ ମଲ୍ କର୍ତ୍ତୃପକ୍ଷ ସଠିକ ପ୍ରମାଣପତ୍ର ପ୍ରଦାନ କରି ନାହାନ୍ତି ସେଦିନ ପେର୍ଯ୍ୟନ୍ତ ମଲଟି ସିଲ ହୋଇ ରହିବ। ଏହାଛଡ଼ା କଟକରେ ଆହୁରି ଅନେକ ମଲ୍ ରହିଛି ଯେଉଁଗୁଡିକ ଉପରେ ଆଗାମୀ ଦିନରେ ଚଢ଼ାଉ କରାଯିବ ଓ ସମସ୍ତ ଦସ୍ତାବିଜକୁ ଯାଞ୍ଚ କରିବ ସିଏମସି ଟିମ୍। ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ସଙ୍ଗେ ସଙ୍ଗେ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଏମସି ଡେପୁଟି କମିସନର ଅଜୟ ମହାନ୍ତି କହିଛନ୍ତି।

Share Now:

Kalinga News Beuro

Next Post

ଦେଶ ଏବେ ବି ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୁଲକୁ ସୁଧାରୁଛି : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ

Thu Oct 13 , 2022
ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭୁଲ ପାଇଁ ଦେଶକୁ ଏପର୍ଯ୍ୟନ୍ତ ମୂଲ୍ୟ ଦେବାକୁ ପଡୁଛି। ପ୍ରଥମ ପ୍ରଧାନମନ୍ତ୍ରୀ ଯେଉଁ ସବୁ ଭୁଲ କରିଥିଲେ ଦେଶ ଏବେ ବି ତାହାକୁ ସୁଧାରୁଛି। କଶ୍ମୀର ପ୍ରସଙ୍ଗରେ ନେହେରୁଙ୍କୁ ସମାଲୋଚନା ପ୍ରସଙ୍ଗରେ ମଙ୍ଗଳବାର ଦିନ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲା ଯେ ମୋଦୀ ପୁଣି […]
କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial