ରତ୍ନଭଣ୍ଡାରରେ ରହିଛି ୧୨୮୩୧ ଭରି ଓଜନର ସୁନା ଅଳଙ୍କାର

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ନେଇ ସବୁ ବେଳେ ଭକ୍ତମାନଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛିି। କେତେ ପରିମାଣର ସମ୍ପତ୍ତି ରତ୍ନଭଣ୍ଡରରେ ହିଛି ତାହା ଜାଣିବା ପାଇଁ ଭକ୍ତମାନଙ୍କର ଉତ୍ସୁକତା ରହିଛି। ଆଜି ବିଧାନସଭାରେ ବିଜେପି ସଦସ୍ୟ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଶ୍ରୀମନ୍ଦିରରେ ୧୯୭୮ ମସିହାରେ ରତ୍ନଭଣ୍ଡାରର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକା ଅନୁଯାୟୀ, ରତ୍ନଭଣ୍ଡାରରେ ୧୨,୮୩୧ ଭରି ସୁନା ଅଳଙ୍କାର ରହିଛି। ସେହିପରି ୨୨ହଜାର ୧୩୫ ଭରିର ରୂପା ଥାଳି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ସେହିପରି ୧୪ଟି ସାମଗ୍ରୀ ବିଭିନ୍ନ କାରଣରୁ ଓଜନ ହୋଇ ପାରିି ନାହିଁ

Share Now:

Kalinga News Beuro

Leave a Reply

Next Post

ଟ୍ରେନ୍ ସହ ଧକ୍କାରେ ଅକାଳରେ ଝଡ଼ିଗଲା ୧୩ଟି କଅଁଳ ଜୀବନ

Thu Apr 26 , 2018
ପିଲାଙ୍କୁ ସ୍କୁଲ୍ ନେବା ବେଳେ ଭ୍ୟାନ୍ ଡ୍ରାଇଭର କାନରେ ଲଗାଇଥିଲା ଇୟରଫୋନ୍  କୁଶୀନଗର: ଉତ୍ତର ପ୍ରଦେଶର କୁଶୀନଗର ଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଚଳନ୍ତା ଟ୍ରେନ୍‌ ସହ ଏକ ସ୍କୁଲ୍‌ ଭ୍ୟାନ୍‌ ଧକ୍କା ଖାଇବାରୁ ୧୩ ଜଣ ସ୍କୁଲପିଲାଙ୍କର ମୃତ୍ୟୁ ହେବା ସହ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ତେବେ ସ୍କୁଲ୍‌ ଭ୍ୟାନ୍ ଚଳାଉଥିବା ଡ୍ରାଇଭରଙ୍କ ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ଏପରି ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial