ଟ୍ରେନ୍ ସହ ଧକ୍କାରେ ଅକାଳରେ ଝଡ଼ିଗଲା ୧୩ଟି କଅଁଳ ଜୀବନ

ପିଲାଙ୍କୁ ସ୍କୁଲ୍ ନେବା ବେଳେ ଭ୍ୟାନ୍ ଡ୍ରାଇଭର କାନରେ ଲଗାଇଥିଲା ଇୟରଫୋନ୍ 

କୁଶୀନଗର: ଉତ୍ତର ପ୍ରଦେଶର କୁଶୀନଗର ଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଚଳନ୍ତା ଟ୍ରେନ୍‌ ସହ ଏକ ସ୍କୁଲ୍‌ ଭ୍ୟାନ୍‌ ଧକ୍କା ଖାଇବାରୁ ୧୩ ଜଣ ସ୍କୁଲପିଲାଙ୍କର ମୃତ୍ୟୁ ହେବା ସହ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ତେବେ ସ୍କୁଲ୍‌ ଭ୍ୟାନ୍ ଚଳାଉଥିବା ଡ୍ରାଇଭରଙ୍କ ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ଏପରି ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଭ୍ୟାନ୍ ଚାଳକ ଗାଡ଼ି ଚଳାଇବା ବେଳେ କାନରେ ଇୟରଫୋନ୍ ଲଗାଇଥିଲା। ସମ୍ଭବତଃ ସେ ମୋବାଇଲ୍ ଫୋନରୁ ଗୀତ ଶୁଣୁଥିଲା ଅଥବା କାହା କଥା ହେଉଥିବା ସଂଦେହ କରାଯାଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳରେ ପହଞ୍ଚିବା ସହ ୧୩ ଶିଶୁଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ଭବିଷ୍ୟତରେ ଯେଭଳି ଏପରି ଦୁର୍ଘଟଣା ନ ଘଟେ ସେଥିପ୍ରତି ଗୁରୁତ୍ବର ସହ ପଦକ୍ଷେପ ନିଆଯିବ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ପିଲାଙ୍କ ବୟସ ୧୦ ବର୍ଷ ଭିତରେ। ଆହତ ହୋଇଥିବା ଅନେକଙ୍କୁ ଘଟଣାସ୍ଥଳରୁ ଡାକ୍ତରଖାନା ଅଣା ଯାଇ ନ ପାରିବାରୁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇ ଯାଇଛି। ଅନ୍ୟ କେତେକ ଡାକ୍ତରଖାନାକୁ ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି।

ଦୁର୍ଘଟଣା କୁଶୀନଗର ସହର ନିକଟବର୍ତ୍ତୀ ଦୁଧି ରେଲ୍‌ କ୍ରସିଙ୍ଗ୍‌ ନିକଟରେ ଘଟିଛି। ଜଗୁଆଳି ବିହୀନ ରେଳ ଫାଟକ ଯୋଗୁଁ ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଦୋଷ ଦେଉଛନ୍ତି। ଡିଭାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଏହି ଭ୍ୟାନ୍‌ରେ ୨୨ ଜଣ ପିଲା ଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରବର୍ଗଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ରେଳମନ୍ତ୍ରୀ ପିୟୁଷ ଗୋୟଲ୍ ମଧ୍ୟ ଭାରତୀୟ ରେଳ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଘୋଷଣା କରିଛନ୍ତି। ଘଟଣାର ତଦନ୍ତ ପାଇଁ ଗୋରଖପୁର କମିଶନରଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ: ୧୯୫୪ ପରଠାରୁ ପ୍ରଥମଥର ହେବ ଅଣଆନୁଷ୍ଠାନିକ କଥାବାର୍ତ୍ତା

Thu Apr 26 , 2018
ନୂଆଦିଲ୍ଲୀ:ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ଅଣଆନୁଷ୍ଠାନିକ ଭାବେ ଆଲୋଚନା କରିବେ। ୧୯୫୪ ମସିହା ପରେ ପ୍ରଥମଥର ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ଏଭଳି ଆଲୋଚନା କରିବେ। ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ଆଲୋଚନା ବେଳେ ଉଦ୍ୟମ ହେବ। ଦୁଇ ଦିନିଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial