ପୁଣି କଚାଡି ମାରିଲା ହାତୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ୍‌ ଗଉଡ଼କାଟେଣି ଠାରେ ଚାଲିଥିବା ଏକ କେନାଲ କାର୍ଯ୍ୟର ଠିକାଦାରଙ୍କ କ୍ୟାମ୍ପରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ଗୋବିନ୍ଦ ଚନ୍ଦ୍ର ଦେବତା ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ମାରି ଦେଇଛି। ଆଜି ସକାଳେ ଶ୍ରୀ ଦେବତା ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଶ୍ରୀ ଦେବତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶ୍ରୀ ଦେବତାଙ୍କ ଘର କଟକ ଜିଲ୍ଲା ବରହମପୁରା ଗାଁରେ ବୋଲିି ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ସିରିଆ ଉପରେ ଆମେରିକା, ଫ୍ରାନ୍ସ ଓ ଇଂଲଣ୍ଡର ଆକ୍ରମଣ

Sat Apr 14 , 2018
ଓ୍ଵାସିଙ୍ଗଟନ: ସିରିଆରେ ବିଦ୍ରୋହୀଙ୍କ ଉପରେ ରାଷ୍ଟ୍ରପତି ବସର ଅଲ ଅସାଦ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ଅଭିଯୋଗ କରି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସିରିଆ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗତକାଲି ରାତିରେ ସିରିଆର ରାଜଧାନୀ ଡାମାସକସରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଟ୍ରମ୍ପ କହିଛନ୍ତି ଫ୍ରାନ୍ସ ଓ ଇଂଲଣ୍ଡ ସହିତ ମିଳିତ ଭାବେ ଆମେରିକା ସିରିଆ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ଯେ ପର୍ଯ୍ୟନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial