କଂଗ୍ରେସ ଟାର୍ଗେଟରେ ବିଜେଡି ନେତା ଭାସ୍କର ରାଓ : ପୁଲିସର ନିରବତା ନେଇ ପ୍ରଶ୍ନ କଲା କଂଗ୍ରେସ

ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ

ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ ନକ୍ସଲମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବୋଲି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏନେଇ ଟ୍ରକ ମାଲିକ ସଙ୍ଘ ରାୟଗଡ଼ା ଥାନାରେ ଏତଲା ଦେଇଥିବା କଥା ବି କହିଛନ୍ତି ଗଣେଶ୍ୱର ବେହେରା। କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଆହୁରି କହିଛନ୍ତି, ସରକାର ନକ୍ସଲ ବିରୋଧରେ ଲଢ଼ୁଛନ୍ତି ବୋଲି କହୁଛନ୍ତି, ହେଲେ ତାଙ୍କ ଦଳର ନେତା ନକ୍ସଲମାନଙ୍କୁ ବଟି ଆଦାୟ କରି ସହାୟତା ଦେଉଛନ୍ତି। ୨୦୨୨ରେ ଓଡ଼ିଶାରେ ୧୨ଟି ସ୍ଥାନରେ ନକ୍ସଲ ହିଂସା ଘଟିଛି ବୋଲି ବିଧାନସଭାରେ ଶ୍ୱେତପତ୍ରରେ ସରକାର କହିଛନ୍ତି। ୭ଜଣ ମାଓବାଦୀଙ୍କୁ ହତ୍ୟା ଓ଼ ୧୨ଜଣଙ୍କୁ ଗିରଫ କରାଯାଇଥିବା କଥା ଵି ସରକାର କହିଛନ୍ତି। କ୍ରାଇମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ ହେଉ। ସାଧାରଣ ଲୋକଙ୍କ ପାଇଁ ଆଇନର ଗୋଟେ ବାଟ ସରକାରୀ ଦଳ ପାଇଁ ଆଇନର ଆଉ ଗୋଟିଏ ବାଟ।
ଗଣେଶ୍ୱର ବେହେରା ପ୍ରଶ୍ନ କରିଛନ୍ତି, ଗତ ୧୮ ତାରିଖରେ ଟ୍ରକ ମାଲିକ ସଙ୍ଘ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ। ଟ୍ରକ ମାଲିକମାନଙ୍କୁ ଘରକୁ ଡାକି ଭାସ୍କର ରାଓ ନକ୍ସଲମାନଙ୍କୁ ଚାନ୍ଦା ଦିଆଯିବ ବୋଲି କହି ଟଙ୍କା ମାଗିଛନ୍ତି। ଟ୍ରକ ସଂଘର କର୍ମକର୍ତ୍ତା ଗତ ୪୦ ବର୍ଷ ଧରି ନକ୍ସଲ ନାଁରେ ଟ୍ରକ ମାଲିକଙ୍କଠାରୁ ଟନ୍ ପିଛା ୫୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ନେଇ ଥାନାରେ ଏତଲା ଦେଇଥିଲେ। ହେଲେ କାହିଁକି ପୁଲିସ ନିରବତା ଅବଲମ୍ବନ କରୁଛି? ଆଇନ ତା ବାଟରେ ଯାଉଛି କି?

Share Now:

Kalinga News Beuro

Next Post

‘ତୁମ ସାଥେ ମୋ‌ତେ ନେଇ ଯାଅ’ : ସହିଦ ଯବାନଙ୍କ ଜୁଇରେ ଶୋଇପଡ଼ିଲେ ପତ୍ନୀ

Sat Apr 29 , 2023
ମାଲକାନଗିରି : ଦାନ୍ତେୱାଡା ମାଓବାଦୀ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ଜଣେ ଯବାନଙ୍କ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜୁଇ ପାଇଁ ସଜଡ଼ା ହୋଇଥିବା କାଠ ଉପରେ ଶୋଇଯାଇଥିଲେ ତାଙ୍କ ପତ୍ନୀ। ଏକା ସାଙ୍ଗେ ଦାହ କରିବାପାଇଁ ଜିଦ୍‌ ଧରି ବସିଥିଲେ। ଏହି ଘଟଣା ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଏହି ଘଟଣା ଘଟିଥିଲା ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ନିରାମ ଗ୍ରାମରେ, […]
ସହିଦ ଯବାନଙ୍କ ଜୁଇରେ ଶୋଇପଡ଼ିଲେ ପତ୍ନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial