ଗୁପ୍ତଚର ବୃତ୍ତି ଅଭିଯୋଗରେ ବ୍ରିଟିଶ-ଇରାନୀୟ ନାଗରିକଙ୍କୁ ଫାଶୀ

ବ୍ରିଟିଶ-ଇରାନୀୟ ନାଗରିକଙ୍କୁ ଫାଶୀ

ତେହେରାନ : ବ୍ରିଟିଶ ସରକାରଙ୍କ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ବ୍ରିଟିଶ-ଇରାନୀୟ ନାଗରିକ ଅଲିରେଜା ଆକବରିଙ୍କୁ ଫାଶୀ ଦେଇଛି ଇରାନ। ତାଙ୍କୁ ଆଜି (ଶନିବାର) ସକାଳେ ଫାଶୀ ଦିଆଯାଇଛି ବୋଲି ଇରାନ ନ୍ୟାୟପାଳିକା ସଂପର୍କରେ ଖବର ପରିବେଷଣ କରୁଥିବା ମିଜାନ ନ୍ୟୁଜ୍ ଏଜେନ୍ସି ସୂଚନା ଦେଇଛି। ଏହି ରିପୋର୍ଟ ଅନୁସାରେ ବ୍ରିଟିଶ ଗୁଇନ୍ଦା ଏଜେନ୍ସି ଏମଆଇ-୧୭ ପାଇଁ ଗୁପ୍ତଚର ଭାବେ କାମ କରୁଥିଲେ ବୋଲି ତାଙ୍କ ଉପରେ ଯେଉଁ ଅଭିଯୋଗ ଲଗାଯାଇଥିଲା କୋର୍ଟରେ ତାହା ସାବ୍ୟସ୍ତ ହୋଇଥିଲା। ଏହା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଶୁକ୍ରବାରଦିନ ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲେଭର୍ଲି କହିଥିଲେ ଯେ ଆକବରିଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ସେ ଆଶଙ୍କା କରିଥିଲେ ଯେ ତାଙ୍କୁ ଫାଶୀ ଦିଆଯାଇପାରେ। ଏହି ଆଶଙ୍କାର ଦିନକ ପରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଇରାନର ସୁରକ୍ଷା ବିପନ୍ନ ହେବା ପରି କାମ କରିଥିବା ଅଭିଯୋଗ ଆକବରିଙ୍କ ବିରୋଧରେ ଲଗାଯାଇଥିଲା ଓ ଏଥିପାଇଁ ବିପୁଳ ପରିମାଣରେ ଅର୍ଥ ପାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ସୂଚନା ଅଧାରରେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ୍ ଇରାନର ପରମାଣୁ ବିଜ୍ଞାନୀ ମହୋସିନ ଫକ୍ରିଜାଦେଙ୍କୁ ହତ୍ୟା କରିଥିଲା। ତେବେ ଆକବରିଙ୍କ ପରିବାର ଲୋକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Share Now:

Kalinga News Beuro

Next Post

ରକ୍ତଦାନ କରି ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଜଗନ୍ନାଥ

Sat Jan 14 , 2023
ବୈପାରିଗୁଡା: ରକ୍ତହୀନତାରେ ଶିକାର ଜଣେ ମହିଳାଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ତଥା ଯୁବ ସ୍ଵେଚ୍ଛାସେବୀ ଜଗନ୍ନାଥ ନାୟକ।ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ରାଙ୍ଗିଣିଗୁଡା ଗ୍ରାମର ପାର ବଡପାଡିଆ(୨୬) ପ୍ରସବର କେଇ ଘଣ୍ଟା ପରେ ରକ୍ତହୀନତାର ଶିକାର ହେବାସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଘଟଣା ଅନୁଯାୟୀ ପାର ବଡପାଡିଆଙ୍କ ବାପା […]
ରକ୍ତଦାନ କରି ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial