ପୋଷା କୁକୁର କାମୁଡ଼ିଲେ ଦଶ ହଜାର ଜରିମାନା : ନଏଡ଼ା କର୍ତ୍ତୃପକ୍ଷ

ପୋଷା କୁକୁର କାମୁଡ଼ିଲେ ୧୦,୦୦୦ ଟଙ୍କା ଜରିମାନା

ନଏଡ଼ା: ଗତ ଅଳ୍ପ କେତେ ମାସ ହେବ ସହର ଓ ତା’ର ଆଖପାଖ ଅଞ୍ଚଳରେ କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ କୁକୁର ମାଲିକଙ୍କ ଉପରେ ୧୦, ୦୦୦ ଟଙ୍କା ଜରିମାନା କରିବା ପାଇଁ ନଏଡ଼ା କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ, ଯଦି କୌଣସି ପୋଷା କୁକୁର ଅଥବା ବିରାଡ଼ି କାହାକୁ ଆକ୍ରମଣ କରେ ତା’ର ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା କରାଯିବ ଏବଂ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସେ ବହନ କରିବେ। ୨୦୨୩ ମାର୍ଚ୍ଚ ପହିଲାରୁ ଏହି ନିୟମ ଲାଗୁ ହେବ। ବୁଲା କୁକୁରଙ୍କ ଦୌରାତ୍ମ୍ୟ ଏବଂ ପୋଷା କୁକୁରଙ୍କ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ଦିନ ନଏଡା କର୍ତ୍ତୃପକ୍ଷ ବୋର୍ଡ ମିଟିଙ୍ଗ୍‌ ଡକାଇଥିଲେ। ଏହି ବୈଠକ ଶେଷ ହେବା ପରେ ନଏଡ଼ା କର୍ତ୍ତୃପକ୍ଷ ଜାରି କରିଥିବା ଆଦେଶ ଅନୁସାରେ, ୨୦୨୩ ମାର୍ଚ ୧ ତାରିଖରୁ ଯଦି ପୋଷା କୁକୁର କି, ବିରାଡ଼ି ଯୋଗୁଁ କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ତା’ର ମାଲିକଙ୍କ ଉପରେ ଅର୍ଥଦଣ୍ଡ ପଡ଼ିବ। ଏହାଛଡ଼ା, ଉକ୍ତ ପୋଷାଜନ୍ତୁର ମାଲିକ ମଧ୍ୟ ଆହତଙ୍କ ଚିକିତ୍ସା ଦାୟିତ୍ବ ନେବେ। ‘ପ୍ରାଣୀ ମଙ୍ଗଳ ବୋର୍ଡ’ ନିୟମ ଅନୁସାରେ, ନୀତି ନିର୍ଦ୍ଧାରଣ କରିବା ଲାଗି ଏହି ବୈଠକରେ ନଏଡ଼ା କର୍ତ୍ତୃପକ୍ଷ ସବିଶେଷ ମାର୍ଗଦର୍ଶିକା ଜାରି କରିଛନ୍ତି। ସେହିପରି, ୨୦୨୩ ମାର୍ଚ୍ଚ ସୁଦ୍ଧା ‘ନଏଡା ଅଥରିଟି ପେଟ୍ ରେଜିଷ୍ଟ୍ରେସନ୍‌ ଆପ୍‌’ ଜରିଆରେ ପୋଷା କୁକୁର ଓ ବିରାଡ଼ିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ପୋଷାଜନ୍ତୁଙ୍କୁ ପଞ୍ଜିକରଣ ନ କଲେ ବି ଜରିମାନା ପଡ଼ିବ। ଏହାଛଡ଼ା, କୁକୁରମାନଙ୍କୁ ଜଳାତଙ୍କ-ନିରୋଧୀ ଟିକା ଦେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ୨୦୨୩ ମାର୍ଚ୍ଚ ପହିଲାରୁ ମାସକୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ପଡ଼ିବ।

Share Now:

Kalinga News Beuro

Next Post

ଏୟାର୍‌ସୋରେ ଦୁର୍ଘଟଣା : ତଳେ ପଡ଼ି ପୋଡ଼ିଗଲା ୨ଟି ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ବିମାନ, ୬ଜଣଙ୍କର ମୃତ୍ୟୁ ଆଶଙ୍କା

Sun Nov 13 , 2022
ୱାସିଂଟନ : ଶନିବାର ଦିନ ଟେକ୍ସାସ୍‌ର ଡାଲାସ୍‌ ଆକାଶରେ ‘ଏୟାର୍‌ସୋ’ ପ୍ରଦର୍ଶନ କରୁଥିବା ବେଳେ ଦୁଇଟି ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ବିମାନ ପରସ୍ପର ସହିତ ଧକ୍କା ଖାଇ ଖଣ୍ଡବିଖଣ୍ଡ ହୋଇ ତଳକୁ ଖସି ପୋଡ଼ିଯାଇଥିବା କଥା ଫେଡେରାଲ୍‌ ଅଧିକାରୀମାନେ କହିଛନ୍ତି। ଉପରୋକ୍ତ ଦୁର୍ଘଟଣା ସଂକ୍ରାନ୍ତରେ ଜାରି ‌କରାଯାଇଥିବା ବିବୃତିରେ ‘ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନଷ୍ଟ୍ରେସନ୍‌’ କହିଛି, ଅପରାହ୍ଣ ୧.୨୦ରେ ‘ୱିଙ୍ଗ୍‌ସ୍‌ ଓଭର୍‌ ଡାଲାସ୍‌ ଏୟାର୍‌ସୋ’ ପ୍ରଦର୍ଶନ ବେଳେ ‘ଡାଲାସ୍‌ ଏକ୍ଜିକ୍ୟୁଟିଭ୍‌ ଏୟାର୍‌ପୋର୍ଟ’ […]
ଏୟାର୍‌ସୋରେ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial