ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହୋଇଥାଏ : ମୋଦୀ

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଜାରି ରହିଛି। ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ଯେତେବେଳେ ବି ଅନାସ୍ଥା ପ୍ରସ୍ତାବ ଆଣନ୍ତି, ତାହା ତାଙ୍କ (ଏନଡିଏ ସରକାର) ପାଇଁ ଶୁଭ ହୋଇଥାଏ। ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହି ଦଳ ଗୁଡ଼ିକ ସବୁବେଳେ ଦେଶ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସିଛନ୍ତି। ବିରୋଧୀ ଆମ ପାଇଁ ଫିଲଡିଂ ସଜାଇଥିଲେ, କିନ୍ତୁ ଶାସକ ଦଳ ପକ୍ଷରୁ ଛକା ଚୌକା ସହ ଶତକ ଲଗାଯାଇଛି। ଏଣୁ ବିରୋଧୀ ଦଳ ଟିକିଏ ପ୍ରସ୍ତୁତି କରିଆସିବା ଆବଶ୍ୟକ।
ମୋଦୀ କହିଛନ୍ତି ଯେ ଏଥର ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ବେଳେ ବିରୋଧୀ ଦଳ ନେତାଙ୍କୁ ଭଲଭାବରେ କହିବାର ସୁଯୋଗ ଦିଆଗଲା ନାହିଁ। ୧୯୯୯ରେ ଅଟଳଜୀଙ୍କ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବେଳେ ତତକାଳୀନ ବିରୋଧୀ ଦଳ ନେତା ଶରଦ ପାୱାର, ୨୦୦୩ରେ ଅଟଳଜୀଙ୍କ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବେଳେ ତତକାଳୀନ ବିରୋଧୀ ଦଳ ନେତା ସୋନିଆ ଗାନ୍ଧି ଓ ୨୦୧୮ରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ନିଜର ପକ୍ଷ ଭଲ ଭାବରେ ରଖିଥିଲେ। କିନ୍ତୁ ଏଥର ତାହା ହୋଇନାହିଁ, ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଭଲଭାବେ କହିବାକୁ ସୁଯୋଗ ଦିଆଯାଇନଥିଲା। ସେ ଗଲାଥର ଗର୍ଜୁଥିଲେ, କିନ୍ତୁ ଏଥର ସେ କାହିଁକି ଚୁପ ହୋଇ ବସିଛନ୍ତି ?

Share Now:

Kalinga News Beuro

Next Post

ଖୁସିରେ ମହିଳାଙ୍କୁ ଆଲିଙ୍ଗନ କରି ସ୍ପର୍ଶ କରିବା ଅପରାଧ ନୁହେଁ’ : ବ୍ରଜଭୂ‌‌‌ଷଣ

Thu Aug 10 , 2023
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ଓ ଭାରତୀୟ ଜନତା ପାର୍ଟିର ସାଂସଦ ହେଉଛନ୍ତି ବ୍ରିଜଭୂଷଣ ଶରଣ ସିଂହ। ବ୍ରିଜଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କୁ ‌‌‌ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ପରେ ବିବାଦରେ ଛନ୍ଦି ହୋଇରହିଛନ୍ତି। ଏହି ମାମଲାକୁ କେନ୍ଦ୍ର କରି ଅଦାଲତରେ ଶୁଣାଣି ବି ଚାଲିଛି। ଜୁନ ୧୫ରେ ଦିଲ୍ଲୀ ପୁଲିସ ବ୍ରଜଭୂ‌‌‌ଷଣଙ୍କ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା। ଯେଉଁଥିରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ବ୍ରିଜଭୂଷଣ ଶରଣ […]
‘ମଜାମସ୍ତିରେ ମହିଳାଙ୍କୁ ଆଲିଙ୍ଗନ କରି ସ୍ପର୍ଶ କରିବା ଅପରାଧ ନୁହେଁ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial