ଦୁର୍ଗାପୂଜାରେ ପଶ୍ଚିମବଙ୍ଗକୁ କେନ୍ଦ୍ରସରକାରଙ୍କ ଭେଟି

ପଶ୍ଚିମବଙ୍ଗକୁ କେନ୍ଦ୍ରସରକାରଙ୍କ ଭେଟି

କୋଲକତାରେ ଆରମ୍ଭ ହେଲା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ସେବା

କୋଲକାତା: କେନ୍ଦ୍ରସରକାର କୋଲକତାଠାରେ ବିଶ୍ୱସ୍ତରୀୟ ସୁବିଧା ଥିବା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନକୁ ସର୍ବସାଧାରଣଙ୍କୁ ଦୁର୍ଗାପୂଜା ଭେଟି ଦେଇଛନ୍ତି। ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କୋଲକତା ପୂର୍ବ-ପଶ୍ଚିମ କରିଡର ଫୁଲବାଗାନ ମେଟ୍ରୋ ଷ୍ଟେସନର ଉଦଘାଟନ କରିଥିଲେ। ଏହି କରିଡରର ଲମ୍ବ ୧୬.୬ କିଲୋମିଟର ରହିଛି। ହୁଗୁଳି ନଦୀର ପଶ୍ଚିମ କୂଳରୁ ହାଓଡାର ପୂର୍ବ କୂଳ ସଲ୍ଟଲେକ୍ ସିଟି ଯାଏ ଏହି କରିଡର ଯୋଡି ହୋଇଛି। ଫୁଲବାଗାନ ହେଉଛି ର୍ପୂବ-ପଶ୍ଚିମ ମେଟ୍ରୋ କରିଡରରେ ଆରମ୍ଭ ହୋଇଥିଲା ପ୍ରଥମ ଭୂତଳ ଷ୍ଟେସନ। ଏହି କରିଡରରେ ମେଟ୍ରୋ ଟ୍ରେନ ପ୍ରଥମେ ହୁଗୁଳୀ ନଦୀର ଉଚ୍ଚ ଜମି ଉପରୁ ଓହ୍ଲାଇ ୱାଟର ଟନେଲ୍ ଦେଇ ଯାତାୟତ କରିବ। କୋଲକତା ମେଟ୍ରୋରେ ଉତ୍ତର- ଦକ୍ଷିଣ ମେନ୍ ଲାଇନରେ ଏମଜି ରୋଡ ମେଟ୍ରୋ ଷ୍ଟେସନ ଶେଷ ଭୂତଳ ଷ୍ଟେସନ ଥିଲା। ଯାହା ସେପ୍ଟେମ୍ବର ୧୯୫୫ ରେ ଆରମ୍ଭ ହୋଇଥିଲା। ତା’ପରେ ଯେତେ ମେଟ୍ରୋ ଷ୍ଟେସନ ହୋଇଛି ତାହା ମାଟି ଉପରେ ହୋଇଛି। ଉଦଘାଟନ ବେଳେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ କି ଏହା କୋଲକତାବାସୀଙ୍କ ପାଇଁ ଦୁର୍ଗା ପୂଜାରେ କେନ୍ଦ୍ରସରକାରଙ୍କ ତରଫରୁ ଭେଟି। ସେ କହିଥିଲେ କି ୨୦୩୫ ସୁଦ୍ଧା କୋଲକତା ଇଷ୍ଟ-ୱେଷ୍ଟ ମେଟ୍ରୋ କରିଡରରେ ପ୍ରତିଦିନ ୧୦ ଲକ୍ଷ ଲୋକ ଯାତାୟତ କରିବେ। ଏହାସହ ଟ୍ରାଫିକ୍ ଜାମରୁ ଲୋକମାନେ ନିସ୍ତାର ପାଇବେ। ଅନ୍ୟପଟେ ଏତିକି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ୨୦ ମିନିଟ୍ ସମୟ ଲାଗୁଥିବା ବେଳେ ଏହା ଦ୍ୱାରା ଲୋକେ ଗୋଟିଏ ମିନିଟରେ ଅତିକ୍ରମ କରିପାରିବେ। ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ କୋଲକତା ଇଷ୍ଟ-ୱେଷ୍ଟ କରିଡର ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚକୁ ମଞ୍ଜୁରୀ ଦେଇଥିଲେ। ସମ୍ପୂର୍ଣ୍ଣ ଭାବେ ଅତ୍ୟାଧିନିକ ଡିଜାଇନ ହୋଇଥିବା କରିଡରରେ ୮.୭୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏକ ଆକଳନ ମୁତାବକ ଏହି ପ୍ରକଳ୍ପ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ହେବ।

Share Now:

Kalinga News Beuro

Next Post

ଦୁର୍ଗାପୂଜା ଏବଂ ଦୀପାବଳି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଅମାନିଆ ସତର୍କ ହୁଅନ୍ତୁ, ଘରେ ରହି ପୂଜା ପାଳନ୍ତୁ

Wed Oct 21 , 2020
ଭୁବନେଶ୍ବର: ‘‘ବିଶେଷଜ୍ଞମାନେ କହୁଛନ୍ତି, ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ। ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ଥମିବା ପରେ ଏବେ ପୂର୍ବାପେକ୍ଷା ଭୟଙ୍କର ରୂପରେ ବଢୁଛି। କେରଳରେ ଓନାମ୍ ପରେ ସଂକ୍ରମଣ ତିନିଗୁଣ ବଢ଼ିଯାଇଛି। ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି। ମୋର ଅନୁରୋଧ, ପୂଜା ସମୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ଼ କରନ୍ତୁ ନାହିଁ। ଘରେ ରହି ମା’ଙ୍କ ପୂଜା କରନ୍ତୁ। ପ୍ରାର୍ଥନା କରନ୍ତୁ। ପରିବାର ସହ […]
ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial