ଜଙ୍ଗଲରେ ବସ୍ତା ବସ୍ତା ପିଡିଏସ ଚାଉଳ : ସନ୍ଦେହରେ ଦୁଇ ଅଟକ

ଉଦଳା: ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉଥିବା ରାସନର କେମିତି ଅପବ୍ୟବହାର ହେଉଛି ତାହା ଏବେ ଜଙ୍ଗଲ ଭିତରେ ପଡ଼ିଥିବା ପିଡିଏସ ଚାଉଳ ଦେଖିବା ପରେ ସ୍ପଷ୍ଟ ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଉଦଳାର ବହୁବନ୍ଧ ଜଙ୍ଗଲ ଭିତରେ ୩୦ ବସ୍ତାରୁ ଅଧିକ ପିଡିଏସ୍ ଚାଉଳ ପଡ଼ିଥିବାର ଦେଖିବାକୁ ମିଳିଛି।
ଏଭଳି ବସ୍ତା ବସ୍ତା ଚାଉଳ ପଡ଼ିଥିବାର ଦେଖି ଏହାକୁ ନେଇ ବିିଭିନ୍ନ ଆଲୋଚନା ମଧ୍ୟ ହେଉଛି। କୁହାଯାଉଛି କି, ପିଡିଏସ ଚାଉଳକୁ ଏଠାରେ ଲୁଚାଇ ରଖାଯାଇଥାଇ ପାରେ। ଏହି ଚାଉଳକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଉଛି। ଏନେଇ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି।

Share Now:

Kalinga News Beuro

Next Post

କରଣୀ ସେନା ମୁଖ୍ୟ ହତ୍ୟାକାଣ୍ଡ : ଗିରଫ ହେଲେ ୨ ‘ସୁଟର୍‌’ଙ୍କ ସମେତ ୩ଜଣ ବ୍ୟକ୍ତି

Sun Dec 10 , 2023
ଚଣ୍ଡୀଗଡ଼: ‘ରାଷ୍ଟ୍ରୀୟ ରାଜପୁତ କରଣୀ ସେନା’ର ମୁଖ୍ୟ ଶୁକଦେବ ସିଂହ ଗୋଗା ମେଡ଼ୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଗୁଳି ଚାଳନାକାରୀଙ୍କ (ସୁଟର୍‌) ସମେତ ଶନିବାର ବିଳମ୍ବିତ-ରାତ୍ରରେ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଗତ ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ ପୁଲିସ ଓ ରାଜସ୍ଥାନ ପୁଲିସ ଚଣ୍ଡୀଗଡ଼ରେ ମିଳିତ ଅଭିଯାନ ଚଳାଇ ରୋହିତ ରାଠୋର୍‌ ଓ ନୀତିନ୍‌ ଫୌଜି ନାମରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial