ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା, ଜଳିଗଲା ଟ୍ୟାଙ୍କର୍

ରାୟଗଡା: ରାୟଗଡା ସହର ନିକଟସ୍ଥ ମା’ ମଝି ଘରିଆଣି ମନ୍ଦିର ନିକଟରେ ଏକ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା ହେବା ଫଳରେ ଟ୍ୟାଙ୍କରଟି ଜଳି ଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ ରାୟଗଡ଼ା ଆଡ଼କୁ ଆସୁଥିଲା । ଅପରପକ୍ଷରେ ଏକ ଟ୍ରକ୍ ରାୟଗଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିଲା। ଉଭୟ ଗାଡ଼ି ରାୟଗଡ ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ପିତାମହଲର ମା’ ମଝି ଘରିଆଣି ମନ୍ଦିର ନିକଟରେ ପରସ୍ପର ସହିତ ଘଷି ହୋଇଥିଲେ। ଏହା ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରର ଡ୍ରାଇଭର କେବିନଟି ସଂପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ତତକ୍ଷଣାତ୍ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକଚାଳକଙ୍କର କିଛି କ୍ଷତି ଘଟି ନ ଥିବା ଜଣାଯାଇଛି। ଟ୍ୟାଙ୍କରଟି ମୁମ୍ବାଇରୁ ଜେକେପୁର କାଗଜକଳକୁ ହାଇଡ୍ରୋଜେନ୍ ପାରକ୍ସାଇଡ୍ ଏସିଡ୍ ନେଇ ଆସୁଥିଲା ବୋଲି ସୂଚନା ମିଳିଛି। ଅପରପକ୍ଷରେ ଟ୍ରକଟି ଲୁହାପଥର ନେଇ ଯାଉଥିଲା ବୋଲି କୁହାଯାଉଛି।

Share Now:

Kalinga News Beuro

Leave a Reply

Next Post

ବିନା ହେଲ୍‌ମେଟ୍‌ରେ ପୁଣି ବାଇକ୍‌ ଶୋଭାଯାତ୍ରା

Thu Jan 9 , 2020
କାହାକୁ ଛଡ଼ା ଯିବନି: ଟ୍ରାଫିକ୍‌ ଡିସିପି ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଶୋଭାଯାତ୍ରା କରି ବିଜେଡି କର୍ମୀ ହଟହଟା ହେବା ସହ ଜରିମାନା ଭରିବା ଚର୍ଚ୍ଚା ନ ଥମୁଣୁ ଆଜି ପୁଣି ଥରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ୧୨ ଦଫା ଦାବି ନେଇ ଆଜି ଟ୍ରେଡ୍‌ ୟୁନିୟନ ପକ୍ଷରୁ ‌ହୋଇଥିବା ଭାରତ ବନ୍ଦ ପାଳନ ବେଳେ ରାଜଧାନୀରେ ବିଭିନ୍ନ ସଂଗଠନର କର୍ମୀ ବିନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial