ରାଜ୍ୟରେ ଶୀତର ପ୍ରକୋପ ହ୍ରାସ: ୭.୪ ଡିଗ୍ରି ସହ କୋରାପୁଟ ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର: ଏବେ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଗତ କିଛି ଦିନ ଲୋକେ ଥଣ୍ଡାରେ ଥରିବା ପରେ ଏବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୧୦ଡିଗ୍ରି ତଳେ ୪ ସହର ରହିଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ରେକର୍ଡ ହୋଇଛି। ଏହା ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏହାଛଡ଼ା ଜି. ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୭.୮, ଦାରିଙ୍ଗବାଡିରେ ୯.୫, ସେମିଳିଗୁଡାରେ ୯.୬, ଫୁଲବାଣୀରେ ୧୦.୫, କିରେଇରେ ୧୦.୭ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଭବାନୀପାଟଣା ଓ ନବରଙ୍ଗପୁରରେ ୧୧ଡିଗ୍ରି ରେକର୍ଡ ହୋଇଛି। ସେହିପରି ବୌଦ୍ଧ ଓ ନୂଆପଡ଼ାରେ ରାତିର ତାପମାତ୍ରା ୧୨ଡିଗ୍ରି ରେକର୍ଡ ହୋଇଛି।

Share Now:

Kalinga News Beuro

Next Post

ସିଧା ସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଆକ୍ଷେପ କଲେ ପାଣ୍ଡିଆନ

Thu Dec 28 , 2023
ଭୁବନେଶ୍ୱର: ପୁଣି ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ। ଗୋଟିଏ ବର୍ଷରେ ଅନୁଗୁଳ ଢ଼େଙ୍କାନାଳକୁ ୪୦ ଥର ଆସିଛନ୍ତି, କିନ୍ତୁ ସେ ଏହି ଅଞ୍ଚଳ ପାଇଁ କଣ କରିଛନ୍ତି? ଏତେ କ୍ଷମତାରେ ଥାଇ କଣ କରିଛନ୍ତି? ନିଜ ଅଞ୍ଚଳକୁ ଚାହିଁଥିଲେ ଉନ୍ନତି କରିପାରିଥାନ୍ତେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରହିଥିଲେ ସୁଦ୍ଧା ଅନୁଗୁଳ ଏବଂ ଢ଼େଙ୍କାନାଳରେ କେନ୍ଦ୍ରୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial