ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ-ଯବାନ୍ ମୁହାଁମୁହିଁ: ଦୁଇ ଯବାନ୍ ଆହତ

ମାଓବାଦୀ-ଯବାନ୍ ମୁହାଁମୁହିଁ

ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଗଲା

ଭୁବନେଶ୍ବର: ରକ୍ତମୁଖା ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଏବେ ବି ଚାଲିଛି ଗୁଳି ବିନିମୟ। ୮ ଘଣ୍ଟା ହେଲାଣି ଲଗାତାର ଭାବେ ଉଭୟ ପଟୁ ଗୁଳି ବିନିମୟ ଜାରି ରହିଛି। ଏଥିରେ ୨ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଅଣାଗଲା। କିଛି ମାଓବାଦୀ ମୃତାହତ ହୋଇଥାଇ ପାରନ୍ତି ବୋଲି ସୂଚନା ମିଳୁଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ଉମା ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି। ପୁଲିସ ଡିଜି ମାଲକାନଗିରି ଗସ୍ତ ବାତିଲ କରି ବୌଦ୍ଧରେ ପହଞ୍ଚିଥିଲେ। ସେଠାରୁ ଦୁଇ ଜଣ ଏସଓଜି ଯବାନଙ୍କୁ ନିଜ ହେଲିକପ୍ଟରେ ଭୁବନେଶ୍ୱର ଆଣିଛନ୍ତି। ତୁରନ୍ତ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ଏନେଇ ପୁଲିସ୍ ଡିଜି ଅଭୟ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ କରୋନା ଟିକା : ଗବେଷକ

Sat Jul 10 , 2021
ନୂଆଦିଲ୍ଲୀ: ସ୍ତନ୍ୟପାନ କରାଉଥିବା ମହିଳାମାନେ କରୋନା ଟିକା ନେଇପାରିବେ କି ନାହିଁ ଏଯାଏ ବି ଲୋକଙ୍କ ମନରେ ସନ୍ଦେହ ରହିଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌)ର ଗବେଷକ ଡକ୍ଟର ସମିରନ୍‌ ପଣ୍ଡା ଶୁକ୍ରବାର ଏ ସଂପର୍କରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ସ୍ତନ୍ୟପାନ କରାଉଥିବା ମହିଳା‌ମାନେ ବିନା ଦ୍ବିଧାରେ ଟିକା ନେଇପାରିବେ। ଏହା ସଂପୂର୍ଣ୍ଣ ସୁରକ୍ଷିତ। ଟିକାକରଣ ହେତୁ ମାଆ ଶରୀରରେ ବିକଶିତ ହୋଇଥିବା ଆଣ୍ଟିବଡି […]
କରୋନା ଟିକା ନେଇପାରିବେ ସ୍ତନ୍ୟପାନ କରାଉଥିବା ମହିଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial