ରକ୍ତ ପାଇଁ ଦେଶଭ୍ରମଣ : ‘ହର୍‌ ଘର୍‌ ରକ୍ତଦାତା’ ମନ୍ତ୍ର ବାଣ୍ଟୁଛନ୍ତି ଜୟଦେବ

ରକ୍ତ ପାଇଁ ଦେଶଭ୍ରମଣ

ଭୁବନେଶ୍ୱର: ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌। ରକ୍ତ ଅଭାବରୁ ଏହି ମୂଲ୍ୟବାନ୍‌ ଜୀବନ ଚାଲି ନ ଯାଉ। ପ୍ରତ୍ୟେକ ଘରୁ ଜଣେ ଜଣେ ରକ୍ତଦାତା ବାହାରନ୍ତୁ। ରକ୍ତର ମୂଲ୍ୟ ବୁଝନ୍ତୁ। ଏଭଳି ସଚେତନତାର ବାର୍ତ୍ତା ନେଇ ସେ ଦେଶ ଭ୍ରମଣ କରୁଛନ୍ତି। ତା’ ପୁଣି ସାଇକେଲ୍‌ରେ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ବିଲ୍ୱ କବିରାଜ ସାହିର ଜୟଦେବ ରାଉତ। ଗତବର୍ଷ ଅକ୍ଟୋବର ୧ ତାରିଖରୁ କୋଲକାତାରୁ ବାହାରିଥିବା ଶ୍ରୀ ପାତ୍ର ୧୪ରୁ ଉର୍ଦ୍ଧ୍ୱ ରାଜ୍ୟ ବୁଲି ସାରିଲେଣି।
ପ୍ରତ୍ୟେକ ରାଜ୍ୟରେ ସେ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌ କରି ରକ୍ତର ମହତ୍ୱ ବୁଝାଇବା ସହ ପ୍ରତ୍ୟେକ ଘରୁ ଯେଭଳି ଜଣେ ଜଣେ ରକ୍ତଦାତା ବାହାରିବେ, ତାହା ଉପରେ ଗୁରୁତ୍ଵାରୋପ କରିଛନ୍ତି। ପ୍ରତ୍ୟେକ ରାଜ୍ୟରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ମିଳିଛି। ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ଗତକାଲି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ରକ୍ତଦାନକୁ ପ୍ରୋତ୍ସାହିତ କରୁଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ସେ ଭୁବନେଶ୍ୱର ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନାଙ୍କୁ ଭେଟି ବିଜେଡି ପକ୍ଷରୁ ହେଉଥିବା ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ଶୁଭକାମନା ଜଣାଇଛନ୍ତି। ଉଭୟ ବିଧାୟକ ତାଙ୍କୁ ଏହି ମହତ୍‌ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ଆଗକୁ ଆନ୍ଧ୍ର, କେରଳ, କର୍ଣ୍ଣାଟକ ପ୍ରଭୃତି ରାଜ୍ୟ ବୁଲିବା ପରେ କୋଲକାତା ଫେରିଯିବାକୁ ଯୋଜନା କରିଛନ୍ତି। ସେ ଫେଡେରେସନ୍‌ ଅଫ୍‌ ବ୍ଲଡ୍‌ ଡୋନର ଅର୍ଗାନାଇଜେସନ୍‌ ଅଫ୍‌ ଇଣ୍ଡିଆର ଆଜୀବନ ସଦସ୍ୟ ସହ ବ୍ରାଣ୍ଡ ଆମ୍ବାସଡର ଅଛନ୍ତି। ‘ହର୍‌ ଘର୍‌ ରକ୍ତଦାତା’ର ମନ୍ତ୍ର ନେଇ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ‘ଭାରତ ଯୁବକମାନଙ୍କର ଦେଶ। ମୁଁ ଏକୁଟିଆ ଚାହିଲେ କିଛି ହେବ ନାହିଁ। ପ୍ରତ୍ୟେକ ଯୁବକ ଏହାକୁ ଏକ ସଂକଳ୍ପ ଭାବରେ ନେଲେ ଭାରତ ରକ୍ତଦାନ କ୍ଷେତ୍ରରେ ଶୀର୍ଷରେ ରହିବ’ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

‘ଡବ୍ଲୁଏଫ୍‌ଆଇ’ ଅଧ୍ୟକ୍ଷଙ୍କ ନାଁରେ ‘ଏଫ୍‌ଆଇଆର୍‌’ କଲେ ପ୍ରତିବାଦକାରୀ କୁସ୍ତି ଖେଳାଳି

Mon Apr 24 , 2023
ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ‌’ରେ ‘ଏଫ୍‌ଆଇଆର୍‌’ ଦାବି କରି ଆଜି ବିନେଶ ଫୋଗଟ୍‌, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ବିଶିଷ୍ଟ କୁସ୍ତି ଖେଳାଳିମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ମହିଳା କୁସ୍ତି ଖେଳାଳିମାନଙ୍କୁ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ଏବଂ ଅନ୍ୟ ପ୍ରଶିକ୍ଷକମାନଙ୍କ ନାଁ‌’ରେ ଯୌନ ଉତ୍ପୀଡ଼ନ […]
‘ଡବ୍ଲୁଏଫ୍‌ଆଇ’ଅଧ୍ୟକ୍ଷଙ୍କ ନାଁରେ ‘ଏଫ୍‌ଆଇଆର୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial