ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ସ୍ଥାନରେ ‘ଏନ୍‌ଆଇଏ’ର ଚଢ଼ାଉ

‘ଏନ୍‌ଆଇଏ’ର ଚଢ଼ାଉ

ପାକିସ୍ତାନ ସହ ସମ୍ପର୍କ ଥିବା ୫ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌) ସହ ସମ୍ପୃକ୍ତ ଥିବା ଦଳେ ବ୍ୟକ୍ତିଙ୍କ ବିପକ୍ଷରେ ଆଜି ‘ଏନ୍‌ଆଇଏ’ ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକର ୧୦ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ଗତ ୪୮ ଘଣ୍ଟା ମଧ୍ୟରେ ‘ଏନ୍‌ଆଇଏ’ ପଞ୍ଜିକରଣ କରିଥିବା ଏକ ନୂଆ ମାମଲା ସହ ଏହି ଚଢ଼ାଉ ସଂଶ୍ଳିଷ୍ଟ। ବେଶ୍‌ କିଛି ଦିନ ହେବ ‘ଏନ୍‌ଆଇଏ’ ୬/୭ଜଣ ଲୋକଙ୍କ ଉପରେ ଦୃଷ୍ଟି ରଖିବା ପରେ ଏହି ମାମଲା ରୁଜୁ କରିଥିଲା। ବିଶେଷସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ‘ଏନ୍‌ଆଇଏ’ ଚଳାଇଥିବା ଚଢ଼ାଉ ସମୟରେ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସହଜରେ ଭଳି ଯାଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନଙ୍କ ସହ ପାକିସ୍ତାନ ସାମାଜିକ ଗଣମାଧ୍ୟମରେ ସିଧାସଳଖ ଯୋଗଯୋଗ କରି ସେମାନଙ୍କୁ ଚୟନ କରିବା ସହ ଅନ୍‌ଲାଇନ୍‌ରେ ତାଲିମ ଦେଇ ଆଞ୍ଚଳିକ କ୍ଷେତ୍ରରେ ଆକ୍ରମଣ ନିମନ୍ତେ ଉସ୍କାଉଛି।

Share Now:

Kalinga News Beuro

Next Post

ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ-ଜଳିଗଲା ୪ ବସ

Tue Mar 16 , 2021
ପୁରୀ : ପୁରୀ ବସଷ୍ଟାଣ୍ଡରେ ସୋମବାର ସଂଧ୍ୟାରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ବସ୍‌ ଜଳି ଯାଇଥିବାବେଳେ ଏକ ବଡ଼ ଅଘଟଣରୁ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ବସ୍‌ଷ୍ଟାଣ୍ଡ୍‌ରେ ଥିବା ଶହ ଶହ ବସ୍‌ରେ ନିଆଁ ଲାଗିବା ପୂର୍ବରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାରଣ ସ୍ପଷ୍ଟ ହୋଇନଥିଲେ ବି ସଟ୍‌ସର୍କିଟ୍‌ରୁ କିମ୍ବା କେହି ଦୁର୍ବୃତ୍ତ ବସ୍‌ରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ […]
ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial