ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ଗଣେଶୀ ଲାଲ

ପୁରୀ: ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ତେବେ ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ପ୍ରଫେସର ଲାଲ ପୁରୀ ଯାଇ ବଡ଼ଦେଉଳରେ ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି। ରାଜ୍ୟପାଳ ଯେପରି ସୁରୁଖୁରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା। ପ୍ରଫେସର ଲାଲ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ପରେ ମନ୍ଦିର ଭିତରେ ଶ୍ରୀ ଲାଲ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ରହି ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି। ପରେ ସାମ୍ବାଦିକମାନଙ୍କୁ ପ୍ରଫେସରଲାଲ କହିଛନ୍ତି ଯେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଖୁସି ଲାଗିଲା। ସେ ସମ୍ବିଧାନର ରକ୍ଷକ ଭାବେ କାର୍ଯ୍ୟ କରିବେ ଓ ଯେଉଁମାନଙ୍କ ପାଖରେ ଶାସନର ସର୍ବନିମ୍ନ ସୁବିଧା ପହଞ୍ଚିି ପାରୁ ନାହିଁ, ସେମାନଙ୍କ ପାଖରେ ପ୍ରଶାସନ ଯେମିତି ପହଞ୍ଚିବ ତାହାକୁ ସେ ଗୁରୁତ୍ୱ ଦେବେ ବୋଲି ପ୍ରଫେସର ଲାଲ କହିଛନ୍ତି।
ସେହିପରି ଆଗାମୀ ରଥଯାତ୍ରା ପୂର୍ବରୁ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା ଆଜି ପୁରୀ ଯାଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହିତ ମନ୍ଦିରର ବିଭିନ୍ନ ପ୍ରସଙ୍ଗ, ସ୍ନାନଯାତ୍ରା, ରଥଯାତ୍ରା ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନାଙ୍କସହିତ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପି କେ ଜେନା, ଜିଲ୍ଲାପାଳ, ଏସପି ପ୍ରମୁଖ ଆଲୋଚନା କରିଛନ୍ତି

Share Now:

Kalinga News Beuro

Leave a Reply

Next Post

ଅଭିନୟ ଓ ପାଠରେ ୧ ନମ୍ବର ଓଲିଉଡ୍ ନାୟିକା ଭୂମିକା:କୁନି ଧାବକ ବୁଦ୍ଧିଆ ପାସ୍‌

Wed May 30 , 2018
  ଭୁବନେଶ୍ୱର:ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାଶ ସିବିଏସ୍‌ଇ ଦଶମ ପରୀକ୍ଷାରେ ୯୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ଅଭିନୟ ନୁହେଁ ବରଂ ପାଠ ପଢ଼ାରେ ମଧ୍ୟ ଭୂମିକା ଆଗୁଆ ବୋଲି ଆଜି ତାହା ପ୍ରମାଣିତ ହୋଇଛି। ୟୁନିଟ୍‌-୮ ଡ଼ିଏଭିରେ ପଢ଼ୁଥିବା ଭୂମିକାଙ୍କର ସଫଳତାରେ ପରିବାର ଓ ସ୍କୁଲ୍‌ରେ ଖୁସି ଖେଳିଯାଇଛି। ସବୁ ବିଷୟରେ ସେ ଏ୧ ରଖିଥିବାରୁ ସାଙ୍ଗଙ୍କ ସହ ଖୁସି ମନାଇ ନିଜର ସଫଳତା ଜାହିର କରିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial