ଶ୍ରୀକ୍ଷେତ୍ରରେ ପାଳିତ ହେଲା ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ପ୍ରଥମ ସ୍ଵନକ୍ଷତ୍ର

ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ପ୍ରଥମ ସ୍ଵନକ୍ଷତ୍ର-1 (2)

ଭୁବନେଶ୍ୱର : ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ପ୍ରଥମ ସ୍ଵନକ୍ଷତ୍ର ପୁରୀ ଶ୍ରୀକ୍ଷେତ୍ର ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଉତ୍ସବରେ ପ୍ରଥମ ଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଆସୋସିଏସନର ପ୍ରତିନିଧି ତଥା ନୂତନ ସଦସ୍ୟ/ସଦସ୍ୟାମାନେ ଯୋଗଦେଇ ନିଜ ନିଜର ପରିଚୟ ପ୍ରଦାନ ସହ ଅନୁଭୂତି ବର୍ଣ୍ଣନା କରିଥିଲେ। ଆଜି ଦ୍ଵିତୀୟ ଦିବସରେ ସ୍ଵନକ୍ଷତ୍ର ଅବସରରେ “ଅବକ୍ଷୟମୁଖୀ ଗଣମାଧ୍ୟମ ଓ ଜନମତ” ସମ୍ପର୍କିତ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀଯୁକ୍ତ ନବକିଶୋର ମହାନ୍ତି ,ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀରାମ ଦାଶ,ଦୂରଦର୍ଶନର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ ମହାପାତ୍ର ,ଡଃ ବାସନ୍ତୀ ଦାଶ,ଶ୍ରୀ ସୁନୀଲ କୁମାର ଦେ ପ୍ରମୁଖ ଯୋଗଦେଇ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ।

ଉଭୟ ଦିବସର ଅଧିବେଶନରେ ଆସୋସିଏସନର ସଭାପତି ତୁଷାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ଗୌରଚନ୍ଦ୍ର ମହାପାତ୍ର, ଡଃ ବାସନ୍ତୀ ଦାସ ଓ ନନ୍ଦିତା ପ୍ରିୟଦର୍ଶିନୀଙ୍କୁ ସମାଜରେ ନିଜ ନିଜ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଆସୋସିଏସନର ଉପସଭାପତି ତଥା କଳିଙ୍ଗ ନ୍ୟୁଜର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ଦେ, ରାଜକିଶୋର ମହାପାତ୍ର, ନିହାର ରଞ୍ଜନ ପଣ୍ଡା , ଦେବପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କଳିଙ୍ଗନ୍ୟୁଜର କୋଡ଼ିଏରୁ ଉର୍ଦ୍ଧ୍ବ ସାମ୍ବାଦିକ ତଥା ସଭ୍ୟ/ସଭ୍ୟାମାନେ ଯୋଗଦେଇ ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Share Now:

Kalinga News Beuro

Next Post

ଭାରତରେ ୨୦୦କୋଟି ଆୟ କଲା ‘ଅବତାର-୨’ : ପଛରେ ପଡ଼ିବ ଅନେକ ବଲିଉଡ ଫିଲ୍ମ

Sat Dec 24 , 2022
ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କ୍ୟାମେରନଙ୍କ ଫିଲ୍ମ ‘ଅବତାର’ ଚମତ୍କାର ଭିଜୁଆଲ୍ ସହିତ ଭାରତୀୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେତେବେଳେ ଭିଏଫଏକ୍ସ ଥିବା ଚଳଚ୍ଚିତ୍ରଗୁଡ଼ିକ ସେତେ ଅଧିକ ନିର୍ମାଣ ହେଉନଥିବା ବେଳେ ‘ଅବତାର’ର ଗ୍ରାଫିକ୍ସ ଲୋକଙ୍କୁ ଆବାକ୍ କରିଥିଲା। ବିଶ୍ବବ୍ୟାପୀ ‘ଅବତାର’ ପ୍ରାୟ ୩ବିଲିୟନ ଡଲାରର ବ୍ୟବସାୟ କରିଥିଲା ​​ଏବଂ ଆଜି ପର୍ଯ୍ୟନ୍ତ ଫିଲ୍ମଟି ଦୁନିଆରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇରହିଛି। ଏହାର ସିକ୍ୱେଲକୁ ବର୍ଷ ବର୍ଷ […]
୨୦୦କୋଟି ଆୟ କଲା ‘ଅବତାର-୨’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial