ବିପଦ ସଂକେତ ଟପି ପ୍ରବାହିତ ହେଉଛି ଜଳକା ନଦୀର ଜଳ

ବିପଦ ସଂକେତ ଉପରେ ଜଳକା ନଦୀ

ବାଲେଶ୍ବର: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ହେତୁ ଚାରିଆଡେ ଜଳମଗ୍ନ ହୋଇଯାଇଛି। ଏହି ବର୍ଷା ହେବା ପରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଲଘୁଚାପ କାରଣରୁ ଗତ ୨ ଦିନ ଧରି ବସ୍ତା ଅଞ୍ଚଳରେ ଲଗାଣବର୍ଷା ଲାଗିରହିଛି। ଏହାର ପ୍ରଭାବରୁ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳକା ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି। ବସ୍ତାରେ ଜଳକା ଏବେ ବିପଦ ସଂକେତ ଅତିକ୍ରମ କରିଛି। ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ରହିଛି। ସକାଳ ୮ଟା ସୁଦ୍ଧା ଜଳସ୍ତର ୫.୯୦ ମିଟରରେ ପ୍ରବାହିତ ହେଉଛି। ନଦୀର ଉପରମୁଣ୍ଡରେ ଥିବା ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା, ସୁଳିଆପଦା ଅଞ୍ଚଳରେ ପ୍ରବଳ ବର୍ଷା ପରେ ତଳ ମୁଣ୍ଡରେ ଫୁଲି ଉଠିଛି ଜଳକା ନଦୀ। ପ୍ରବଳ ବର୍ଷା ଲାଗି ରହିଲେ ପୁଣି ଥରେ ବନ୍ୟା ସ୍ଥିତି ଦେଖାଦେବ ବୋଲି ଆଶଙ୍କା ଉପୁଜିଛି। ବସ୍ତା ବ୍ଲକର ୭ଟି ପଞ୍ଚାୟତରେ ବନ୍ୟା ସ୍ଥିତି ସହ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କାରେ ଅଛନ୍ତି ଚାଷୀ।

Share Now:

Kalinga News Beuro

Next Post

ରାଜଧାନୀରେ ମିଠା ଦୋକାନୀଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହତ୍ୟା: ପୂର୍ବ ଶତ୍ରୁତା ସନ୍ଦେହ

Sun Oct 4 , 2020
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ଦ୍ୱିପ୍ରହରରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ଜଣେ ମିଠା ଦୋକାନୀଙ୍କୁ ରାସ୍ତା ଉପରେ ଗୋଡ଼େଇ ଗୋଡେଇ ମାରଣାସ୍ତ୍ର ଦ୍ୱାରା ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାରୀର ଉଗ୍ର ରୂପ ଦେଖି ପ୍ରତ୍ୟକ୍ଷଦର୍ଶୀ ଥରି ଉଠିଛନ୍ତି। ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ମିଠା ଦୋକାନୀଙ୍କୁ ହତ୍ୟା […]
ବ୍ୟବସାୟୀଙ୍କୁ ମାରି ଦେଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial