ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାଜଳ

ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ

କଟକ: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ଛୁଇଁଛି ତଥାପି ମା’ଙ୍କୁ ଜଳାସାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସେ ଯାହାହେଉନା କାହିଁକି ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କର ଅନ୍ୟ ଏକ ଗମ୍ଭୀରାକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବା ବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share Now:

Kalinga News Beuro

Next Post

ଶିଖରଚଣ୍ଡୀ ପାହାଡ଼ ଗଛ କଟା ପ୍ରସଙ୍ଗ : ନଷ୍ଟ କଲା ୱାଟ୍‌କୋ, ଭରଣା କରୁଛି ବିଡିଏ

Wed Aug 2 , 2023
ଅଢ଼େଇ କୋଟିରେ ୧୦ ହଜାର ଗଛ ଲଗାଯିବ, ଆନ୍ଧ୍ରରୁ ୧୦ ଫୁଟିଆ ଗଛ ଆଣୁଛି ଓଏଫ୍‌ଡିସି ଚନ୍ଦ୍ରଶେଖରପୁର: ମନ ଇଚ୍ଛା ଗଛ କାଟିଲେ। ୩.୫ ଏକରରେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ଯାଇ ୮ ଏକର ଜଙ୍ଗଲ କାଟି ପଦା କରିଦେଲେ। ରକ୍ତଚନ୍ଦନ ପରି ମୂଲ୍ୟବାନ ଗଛକୁ କାଟି ସଫା କରିଦେଲା ୱାଟକୋ। ପ୍ରତିବାଦର ସ୍ବର ଉଠିବା ପରେ ସମ୍ପୃକ୍ତ ସଂସ୍ଥା ଦର୍ଶାଇଲା ଯେ ଗଛ କଟାଯାଇ ନାହିଁ, […]
ଶିଖରଚଣ୍ଡୀ ପାହାଡ଼ ଗଛ କଟା ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial