କଟକ ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ

କଟକ ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ

ବିରୋଧୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

କଟକ: ବହୁପ୍ରତୀକ୍ଷିିତ କଟକର ଖାନ୍‌ନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଶନିବାର ଅପରାହ୍‌ଣ ୪ଟା ୫୦ରେ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ଉଦ୍‌ଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍‌ ଗଡ଼ିଛି। କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ଯୁବ ମୋର୍ଚ୍ଚା ଓ ହିନ୍ଦୁ ସେନା ବିରୋଧ କରିଛି। ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚା କର୍ମୀ ସତିଚୌରା ଛକ ପାଖେ ଓ ହିନ୍ଦୁ ସେନା ପକ୍ଷରୁ କଟକ ବାଦାମବାଡ଼ି ଠାରେ କଳାପତାକା ପ୍ରଦର୍ଶନ। ଫଳରେ ପୁଲିସ ପ୍ରତିବାଦକାରୀଙ୍କୁ ଉଠାଇ ନେଇଛି।

ବସ ଟର୍ମିନାଲରେ ଡ୍ରାଇଭର ଏବଂ ବସ୍‌ର ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଓ ବସ୍‌ ରହଣି ସ୍ଥାନ ରହିଛି। ଯାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ବସ୍‌ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ୨୦ଟି ‘ମୋ ବସ୍‌’ ସହ ମୋଟ ୧୯୧ଟି ବସ୍‌ ମଧ୍ୟ ରହଣୀର ସୁବିଧା ରହିଛି। କଟକ ମହାନଗର ନିଗମ ପକ୍ଷରୁ ପୂର୍ବରୁ କୁହାଯାଇଛି ଯେ, ଖୁବଶୀଘ୍ର ଖାନନଗର ରିଂ-ବନ୍ଧକୁ ୬-ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ। ତେବେ ଏହି କାର୍ଯ୍ୟକୁ ଚଳିତବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନେତାଜୀ ବସ୍‌ ଟର୍ମିନାଲ ଉଦ୍‌ଘାଟନ ପୂର୍ବରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ୧୦୦ ପୁଲିସ ଅଧିକାରୀ ମୁତୟନ ଥିଲେ। ଭିଡ଼ ନିୟନ୍ତ୍ରଣ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଥିଲା। ୨୦୨୧ ଜାନୁଆରି ୨୩ ତାରିଖ ତଥା ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ପାଇଁ ପ୍ରଥମେ ୬୫ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା। ମାତ୍ର ପରେ ଏହାକୁ ୧୯ କୋଟି ବଢାଇ ମୋଟ ୮୪ କୋଟି ଟଙ୍କା କରାଯାଇଥିଲା। ପ୍ରଶାସନ ପକ୍ଷରୁ ପ୍ରକଳ୍ପର ନିର୍ମାଣ ପାଇଁ ୨୦୨୧ ଫେବୃଆରୀ ଓ ମାର୍ଚ୍ଚରେ ଏକାଧିକ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା। ସେଥିମଧ୍ୟରେ ସିଏମ୍‌ସିର କେନ୍ଦ୍ରୀୟ ବିଶ୍ୱନାଥ ପାଠାଗାର, ଚାରା ବିକ୍ରି କେନ୍ଦ୍ର, ୨୪ଟି କ୍ୱାର୍ଟର୍ସ, ରାତ୍ର ଆଶ୍ରୟସ୍ଥଳୀ, ଏମ୍‌ସିସି ପଏଣ୍ଟ, ଖାନନଗର ବାଳିକା ହାଇସ୍କୁଲ ପରି ଏକାଧିକ ବିଷୟ ଥିଲା। ଟର୍ମିନାଲ ନିର୍ମାଣ ଦାୟିତ୍ଵ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ୍‌ କର୍ପୋରେସନ୍‌ (ଓବିସିସି) ନେଇଥିଲା।

Share Now:

Kalinga News Beuro

Next Post

ଏଲ୍‌ଓସିରେ ପାକିସ୍ତାନ ପଟରୁ ଗୁଳିମାଡ : ଭାରତୀୟ ଯବାନଙ୍କ ଗୁଳି ମାଡ଼ରେ ଆତଙ୍କବାଦୀ ନିପାତ

Sat Sep 16 , 2023
ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ଦେଇ (ଏଲ୍‌ଓସି) ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ଆଜି ଗୁଳିକରି ନିପାତ କରିଛି। ସେନା ପକ୍ଷରୁ ସୂଚନା ମିଳିଛି ଯେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ପାକ୍‌ ସେନା ‘କଭରିଂ ଫାୟାର’ ଚଳାଇଥିଲା। ଦୁଇ ଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି […]
ଆତଙ୍କବାଦୀଙ୍କୁ ନିପାତ କଲା ସେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial