ଭୁବନେଶ୍ବର ବିମାନବନ୍ଦରରେ ପ୍ରେମୀଯୁଗଳ ହଟହଟା : ଉଦ୍ଧାର କଲା ପୁଲିସ

ବିମାନବନ୍ଦରରେ ପ୍ରେମୀଯୁଗଳ ହଟହଟା

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ଠାରୁ ଆସିଥିବା ପ୍ରେମୀଯୁଗଳ ନିଜ ଘରକୁ ଯିବା ପାଇଁ ସାହାସ କରିପାରିନାହାନ୍ତି। ଏହାର କାରଣ ହେଉଛି ପ୍ରେମ ଓ ଭଲ ପାଇବା। ଉଭୟ ପୁଅ-ଝିଅ ବିବାହ କରିବାକୁ ଚାହୁଁଥିବା ବେଳେ ସେମାନଙ୍କର ପରିବାର ଲୋକେ ଏଥିରେ ରାଜି ହେଉ ନଥିବାରୁ ମାମଲା ପୁଲିସ ନିକଟରେ ପହଞ୍ଚିଛି। ସୂଚନା ଅନୁସାରେ ଜଣେ ଓଡ଼ିଆ ଝିଅ ବେଙ୍ଗାଲୁରୁ ଠାରେ ଡାକ୍ତର ଅଛନ୍ତି। ସେ ଜଣେ ପଞ୍ଜାବୀ ପୁଅକୁ ଭଲ ପାଆନ୍ତି। ଡାକ୍ତରୀ ଝିଅଙ୍କ ପ୍ରେମିକ ହେଉଛନ୍ତି ସର୍ଦ୍ଦାର ଗଗନଦୀପ। ତେବେ ଉଭୟ ବିବାହ କରିବାକୁ ଚାହୁଁଥିବା ବେଳେ ପରିବାର ଲୋକେ ଏଥିରେ ପ୍ରତିବନ୍ଧକ ସାଜୁଛନ୍ତି। ଉଭୟ ବେଙ୍ଗାଲୁରୁରୁ ଭୁବନେଶ୍ୱର ପହଞ୍ଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ। କିନ୍ତୁ ପ୍ରେମୀଯୁଗଳ ଘରକୁ ଯିବା ପାଇଁ ସାହସ କରି ନଥିଲେ। ତେଣୁ ପୁଲିସକୁ ସୁରକ୍ଷା ମାଗିଥିଲେ। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଏୟାରଫିଲ୍ଡ ଥାନା ପୁଲିସ ଉଭୟଙ୍କୁ ଉଦ୍ଧାର କରିଛି। ଅନ୍ୟପଟରେ ପୂର୍ବରୁ ଝିଅର ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ପଞ୍ଜାବୀ ପୁଅ ନାଁରେ ଝିଅର ବାପା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

Share Now:

Kalinga News Beuro

Next Post

ପୁଲିସ ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୫୦ ମିଲିସିଆ

Thu Jun 2 , 2022
ମାଥିଲିରେ ନୂତନ ଥାନାକୁ ଉଦଘାଟନ କଲେ ସୁନୀଲ ବଂଶଲ ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଆଜି ପୁଲିସ ଡିଜି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ସେ ସ୍ବାଭିମାନ ଅଂଚଳ ଗସ୍ତ କରି ନୂତନ ଭାବେ ଯନ୍ତ୍ରୀ ଠାରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ। ଆନ୍ଧ୍ର ସୀମାରେ ରହିଥିବା ଏହି ଯନ୍ତ୍ରୀ ଠାରେ ମାଓ ଗତିବିଧି ବଢୁଥିବା ସରକାର ଜାଣିବା ପରେ ଏଠାରେ ଗତ ମାର୍ଚ୍ଚ ମାସରେ ବିଏସଏଫ […]
ଆତ୍ମସମର୍ପଣ କଲେ ୫୦ ମିଲିସିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial