ଘରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି କଲେ ଟ୍ୟୁସନ ସାର

ଘରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି କଲେ ଟ୍ୟୁସନ ସାର

ବୁଲନ୍ଦସହର: ଘରକୁ ଆସି ପାଠ ପଢ଼ାଇବା କେବଳ ବାହାନା ଥିଲା। ଘରକୁ ଆସି ଟଙ୍କା-ସୁନାଗହଣା କେଉଁଠି ରଖାଯାଏ ନଜର ରଖୁଥିଲେ। ଆଉ ସୁଯୋଗ ପାଇବାରୁ କଳାକନା ବୁଲାଇଦେଲେ। ଉତ୍ତରପ୍ରଦେଶର ବୁଲନ୍ଦସହରର ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ମନୋଜ କୁମାରଙ୍କ ଘରେ ୩୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ମାମଲାରେ ପୁଲିସ ଏକ ବଡ ଖୁଲାସା କରିଛି। କୋଟୱାଲୀ ନଗର ପୁଲିସ ଏହି ମାମଲାରେ ଟ୍ୟୁସନ ଶିକ୍ଷକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷକ ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପିଲାମାନଙ୍କୁ ଟ୍ୟୁସନ ପଢ଼ାଇବା ପାଇଁ ତାଙ୍କ ଘରକୁ ଆସୁଥିଲେ। ପିଲାମାନଙ୍କୁ ଟ୍ୟୁସନ ଦେବା କାରଣରୁ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା। ଅଭିଯୁକ୍ତ ମଧ୍ୟ ଚୋରି କରିଥିବା ନେଇ ସ୍ୱୀକାର କରିଛନ୍ତି। ବାସ୍ତବରେ, ୨୯ ନଭେମ୍ବର,୨୦୨୨ରେ, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପତ୍ନୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ଯେତେବେଳେ ସେ ଛଟ ପୂଜା କରିବାକୁ ତାଙ୍କ ଘର ବାହାରକୁ ଯାଇଥିଲେ, କେହି ଜଣେ ତାଙ୍କ ଘରୁ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରିଥିଲେ।
ଆଉ ଅଭିଯୋଗ ପରେ ପୁଲିସ ତଦନ୍ତ କରିଥିଲା। ପୁଲିସ, ଘରକୁ ପାଠ ପଢ଼ାଇବାକୁ ଆସୁଥିବା ଶିକ୍ଷକଙ୍କ ଉପରେ ଚୋରି କରିବାର ସନ୍ଦେହ କରିଥିଲା। ଯେଉଁ ଆଧାରରେ ପୁଲିସ ତାଙ୍କୁ ଗିରଫ କରି ଚରାଉଚରା କରିଥିଲା। ଏହାପରେ ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ପୁଲିସ ମଧ୍ୟ ଅଭିଯୁକ୍ତଙ୍କଠାରୁ ୨୦ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତ ଜଣକ କହିଛନ୍ତି ଯେ ସେ ଜାଣିଥିଲେ ଘରେ ଟଙ୍କା କେଉଁଠାରେ ରଖାଯାଇଛି। ୨୦୧୭ ମସିହାରୁ ଅଭିଯୁକ୍ତ ଜଣକ ପିଲାମାନଙ୍କୁ ପଢ଼ାଉଥିଲେ। ଏନେଇ ପୁଲିସ କହିଛି ଯେ ୫ବର୍ଷରୁ ଅଧିକ ସମୟ ଧରି ଘରକୁ ଆସି ପାଠ ପଢାଉଥିବାରୁ ପରିବାରର ସମସ୍ତ ସଦସ୍ୟଙ୍କୁ ସେ ଭଲ ଭାବେ ଜାଣିଥିଲେ। ଆଉ ଚୋରି ପାଇଁ ନକଲି ଚାବି ତିଆରି କରି କେହି ନଥିବାର ସୁଯୋଗ ପାଇ ଚୋରି କରିଥିଲା।

Share Now:

Kalinga News Beuro

Next Post

ମନ୍ତ୍ରୀଙ୍କ ଟ୍ୱିଟକୁ ନେଇ ବିଏମ୍‌ସି ବାଉଳା : ୬୦ ହଜାର କୁକୁରଙ୍କୁ କୁଆଡ଼େ ନେବ?

Fri Feb 24 , 2023
ଭୁବନେଶ୍ୱର: ହାଇଦ୍ରାବାଦ୍‌ରେ ଜଣେ ଶିଶୁଙ୍କୁ ବୁଲା କୁକୁର ଝୁଣିଦେବା ଘଟଣାରେ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ ଏବେ ବିଏମ୍‌ସିକୁ ବାଉଳା କରିଛି। ସବୁ ବୁଲା କୁକୁରଙ୍କୁ ଉଠାଇ ନେବାକୁ ସିଡିଭିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଟ୍ୱିଟ କରିବା ପରେ ଭୁବନେଶ୍ୱରରେ ଥିବା ୬୦ ହଜାର କୁକୁରଙ୍କୁ ବିଏମ୍‌ସି କୁଆଡ଼େ ନେବ ଚିନ୍ତାରେ ପଡ଼ିଛି। ତେବେ ଲିଖିତ ଭାବେ ସରକାରୀ ନିର୍ଦ୍ଦେଶ ଆସିନଥିବାରୁ […]
ମନ୍ତ୍ରୀଙ୍କ ଟ୍ବିଟ୍‌କୁ ନେଇ ବିଏମ୍‌ସି ବାଉଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial