ବନ୍ଧାହେଲେ ଗଞ୍ଜେଇ ବେପାରୀ ବାବା ଓ ଚେଲା

ବନ୍ଧାହେଲେ ଗଞ୍ଜେଇ ବେପାରୀ ବାବା ଓ ଚେଲା

ଚନ୍ଦ୍ରଶେଖରପୁର: ବଡ଼ ସୁନ୍ଦର ଭାବେ ସେମାନେ ବାବା ଓ ଚେଲାର ଅଭିନୟ କରୁଥିଲେ। ମଠ ମନ୍ଦିର ବୁଲିବୁଲି ନୀତିବାଣୀ ଶୁଣାଉଥିଲେ। କିନ୍ତୁ ଭିତିରି କାରବାର ଥିଲା ଭିନ୍ନ। ନକଲି ବାବା-ଚେଲା ବେଶରେ ସେମାନେ ଗଞ୍ଜେଇ ଚାଲାଣ ଚଳାଇଥିଲେ। କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବିକୁଥିଲେ। ଏମିତି ଛଦ୍ମବେଶୀ ବାବା ଓ ଚେଲା ଶେଷରେ ଧରାପଡ଼ିଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ହାତରେ ଧରାପଡ଼ିଥିବା ଅଭିଯୁକ୍ତଦ୍ବୟ ହେଲେ ବିଚିତ୍ର ପଣ୍ଡା (୫୫) ଓ ଉତ୍ତମ ମହାନ୍ତି (୨୮)। ପୁଲିସ ସେମାନଙ୍କଠାରୁ ୧୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି।
ବାବା ବିଚିତ୍ର ଓ ଚେଲା ଉତ୍ତମ କାନନବିହାର ଫେଜ୍‌-୨ରେ ଏକ ଭଡ଼ା ଘର ନେଇ ରହୁଥିଲେ। ସେମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଉକ୍ତ ଭଡ଼ା ଘରେ ରଖୁଥିଲେ। ବାବା ବିଚିତ୍ର ଓ ଚେଲା ଉତ୍ତମ ରାଜଧାନୀର ବିଭିନ୍ନ ମଠ ମନ୍ଦିର ବୁଲିବୁଲି ଧର୍ମବାଣୀ ପ୍ରଚାର କରିବା ବାହାନାରେ ଗଞ୍ଜେଇ ବିକୁଥିବା ଛୋଟ ବେପାରୀଙ୍କୁ ଟାର୍ଗେଟ୍‌ କରୁଥିଲେ। ପରେ ସେମାନଙ୍କୁ ଗଞ୍ଜେଇ ଯୋଗାଉଥିଲେ। ବାବା ବିଚିତ୍ରର ଏହି କାରନାମା ଜଣାପଡ଼ୁନଥିଲା। କିନ୍ତୁ କୌଣସି ସୂତ୍ରରୁ ଏହି ଖବର ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ନିକଟରେ ପହଞ୍ଚିଥିଲା। ଆଜି ସକାଳୁ ସକାଳୁ ପୁଲିସ ଟିମ୍‌ ଅତର୍କିତ ଭାବେ ବାବା ବିଚିତ୍ର ରହୁଥିବା ଘରେ ଚଢ଼ଉ କରିଥିଲା। ଆଜି ବାବା ଓ ଚେଲା ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share Now:

Kalinga News Beuro

Next Post

ମୁଖ୍ୟଯନ୍ତ୍ରୀଙ୍କ ଅପାରଗତାରୁ ନିଲାମ ହେଲା ସରକାରଙ୍କ ସମ୍ପତ୍ତି

Fri Nov 17 , 2023
ଭୁବନେଶ୍ୱର: ରାଜ୍ୟ ସରକାର ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ନ ଦେବାରୁ ସରକାରଙ୍କ ସମ୍ପତ୍ତି ନିଲାମ ହୋଇଛି। ନିର୍ମାଣ ସୌଧରେ ଥିବା କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ ଚାଲିଛି। ନିଲାମ ପାଇଁ ପୂର୍ବାହ୍ନରେ ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ କୋର୍ଟ କର୍ମଚାରୀ। ଏବେ ଭୁବନେଶ୍ୱର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲାମ ପ୍ରକ୍ରିୟା ଚାଲିଛି। ଅଫିସରେ ଥିବା ଏସି, କଂପ୍ୟୁଟର ଓ ପ୍ରିଣ୍ଟର […]
ସରକାରଙ୍କ ସମ୍ପତ୍ତି ନିଲାମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial