ଥାନା ସମୁଖରେ ପୁଲିସ ଏସଆଇକୁ ହତ୍ୟା କଲେ ନକ୍ସଲ

ପୁଲିସ ଏସଆଇକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଜଣେ ପୁଲିସ ଏସଆଇକୁ ନକ୍ସଲ ଥାନା ସମୁଖରେ ହିଁ ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ମିରତୁର ଥାନାର ଏସଆଇ ଗୋପାଲ କଡତି ସାପ୍ତାହିକ ହାଟକୁ ଯାଇଥିଲେ। ତେବେ ପୂର୍ବରୁ ଏସଆଇ ଶ୍ରୀ କଡତିଙ୍କୁ ନକ୍ସଲର ଏକ ଛୋଟିଆ ଆକ୍ସନ ଦଳ ଅନୁସରଣ କରୁଥିଲା। ହାଟ ମଧ୍ୟରେ ତାଙ୍କୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଥିଲେ। ଏହି ସାପ୍ତାହିକ ହାଟ ଥାନା ଠାରୁ ମାତ୍ର ଅଳ୍ପ ଦୁରରେ ଅବସ୍ଥିତ। ଏହି ଘଟଣା ସଂଧ୍ୟା ୬ଟା ସମୟରେ ଘଟିଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିପାରି ନାହିଁ। ତେବେ ପୂର୍ବରୁ ଶ୍ରୀ କଡତିଙ୍କୁ ନକ୍ସଲ ଟାର୍ଗେଟ କରିଆସୁଥିଲେ। ସାପ୍ତାହିକ ହାଟକୁ କୌଣସି କାମରେ ଯାଇଥିବା ଦେଖିବା ପରେ ସମସ୍ତଙ୍କ ସାମ୍ନାରେ ହତ୍ୟା କରି ଲାଲ ସଲାମ କହି ସେଠାରେ ଚାଲିଯାଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ପୁଲିସ ସୂତ୍ରରୁ ପ୍ରକାଶ।

Share Now:

Kalinga News Beuro

Next Post

ଆସନ୍ତାକାଲି ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ

Sun Apr 10 , 2022
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ଭର୍ଚୁଆଲ ବୈଠକ। ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କୁହାଯାଉଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଭାରତ-ଆମେରିକା ମଧ୍ୟରେ ହେବାକୁ ଥିବା ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ରୁଷରୁ ତୈଳ କ୍ରୟ ନକରିବାକୁ ଭାରତ ଉପରେ ଆମେରିକା ଚାପ ପକାଉଥିବା ବେଳେ ଏବେ […]
ମୋଦୀ ଓ ବାଇଡେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial