ଗଞ୍ଜେଇ ପାଇଁ ଗଣ୍ଡଗୋଳ ହୋଇ ହତ୍ୟାକାଣ୍ଡ : ଶବକୁ ଫିଙ୍ଗି ଫେରାର ହୋଇଥିଲେ ଦୁଇ ବନ୍ଧୁ

ଗଂଜେଇ ପାଇଁ ଗଣ୍ଡଗୋଳ ହୋଇ ହତ୍ୟାକାଣ୍ଡ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଗୁଣ୍ଡଲଗୁଡା ନିକଟରେ ହୋଇଥିବା ହତ୍ୟାକାଣ୍ଡର ପର୍ଦାଫାସ କରିଛି ମାଲକାଗିରି ପୁଲିସ। ଗତ ନଭେମ୍ବର ୧୭ ତାରିଖ ଦିନ କଣ୍ଡଲଗୁଡା ଏବଂ ସିନ୍ଧ୍ରିମାଳ ଅଞ୍ଚଳର କିଛି ବ୍ୟକ୍ତି ଗଞ୍ଜେଇ ଆଣିବା ପାଇଁ ବାହାରିଥିଲେ। ତେବେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଏତେ ବଢିଯାଇଥିଲା ଯେ ସିନ୍ଧ୍ରିମାଳର ରାମ ଚନ୍ଦ୍ର ମାଝିଙ୍କୁ କଣ୍ଡଲଗୁଡା ଗ୍ରାମର ଲୋକନାଥ ସିରଗାମ ଏବଂ ଖଗେଶ୍ଵର ଓଡାରି ହତ୍ୟା କରି ସେହି ଗ୍ରାମ ନିକଟରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। କୋଣ୍ଡେଲଗୁଡା ଗ୍ରାମ ନିକଟରେ ଏକ କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା। ପୁଲିସ ଖବର ପାଇ କଙ୍କାଳର ତଦନ୍ତ କରିବା ପରେ ସେ ସିନ୍ଧ୍ରିମାଳ ଗ୍ରାମର ରାମ ମାଝି ବୋଲି ଜଣାପଡିବା ପରେ ନିଜ ତରଫରୁ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣା ପଡିଥିଲା ଯେ ଗଞ୍ଜେଇ ପାଇଁ ଯାଉଥିବା ବେଳେ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ହୋଇ ମାରପିଟ ହେବା ସହ ହତ୍ୟା ଭଳି କାଣ୍ଡ ଘଟିଥିଲା। ପୁଲିସ ଦୁଇ ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share Now:

Kalinga News Beuro

Next Post

ପୁରୀରେ ହେବ ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ସଂଗ୍ରହାଳୟ ଓ କେନ୍ଦ୍ରୀୟ ପାଠାଗାର

Thu Jan 5 , 2023
ପୁରୀ: ପୁରୀରେ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ସମାଜସେବୀ ଦିଲ୍ଲୀପ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ୟୁକେ, ଆମେରିକା, ଆଫ୍ରିକା, ମୁମ୍ବାଇ, ଛତିଶଗଡ଼ ଓ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଏହି ବୈଠକରେ ଯୋଗଦାନ କରିଥିଲେ। ବୈଠକରେ ପୁରୀଠାରେ ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ଏକ ସଂଗ୍ରହାଳୟ ଓ କେନ୍ଦ୍ରୀୟ ପାଠାଗାର ସ୍ଥାପନ ହେବ ବୋଲି ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ଭାସ୍କର ମିଶ୍ର […]
ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ସଂଗ୍ରହାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial